ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ପରେ ହତ୍ୟାକାରୀ ବନ୍ଧୁକ ଧରି କାର୍‌ରେ ମନାଇଥିଲେ ଖୁସି! ସାମ୍ନାକୁ ଆସିଲା ଭିଡିଓ

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ପରେ ହତ୍ୟାକାରୀ ଖୁସି ମନାଉଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଶୁଟରଙ୍କ ପାଖରୁ ପୋଲିସ ଏହି ଭିଡିଓ କ୍ଲିପ୍‌କୁ ଜବତ କରିଛି। ଏଥିରେ ୫ ଜଣ ଯୁବକ ଏକ କାର୍‌ରେ ଯାଉଥିବାର ଦେଖାଯାଉଛି। ସମସ୍ତେ ହସୁଛନ୍ତି ଏବଂ କ୍ୟାମେରା ସାମ୍ନାରେ ନିଜ ବନ୍ଧୁକ ଦେଖାଉଛନ୍ତି।

ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସବୁଠୁ କମ୍‌ ବୟସର ଅଭିଯୁକ୍ତ ଅଙ୍କିତ୍‌ ସିରସାଙ୍କ ଫୋନ୍‌ ସ୍କାନ୍‌ କରାଯିବା ପରେ ଏହି ଭିଡିଓ ସାମ୍ନାକୁ ଆସିଛି। ୧୮ ବର୍ଷୀୟ ଏହି ଶୁଟରଙ୍କୁ ଗତକାଲି ରାତିରେ ଦିଲ୍ଲୀର ଏକ ଟର୍ମିନାଲରୁ ଗିରଫ କରାଯାଇଥିଲା। ପୋଲିସ ମୁତାବକ, ଅଙ୍କିତ୍‌ ସିରସା ଗ୍ୟାଙ୍ଗ୍‌ଷ୍ଟାର ଲରେନ୍ସ ବିସ୍ନୋଇଙ୍କ ଗ୍ୟାଙ୍ଗ୍‌ର ଜଣେ ସଦସ୍ୟ।

ପୋଲିସ ତାଙ୍କୁ ହତ୍ୟାକାଣ୍ଡର ମୁଖ୍ୟ ଶୁଟର ବୋଲି କହିଛି। ଦିଲ୍ଲୀ ପୋଲିସ ମୁତାବକ, ଅଙ୍କିତ୍‌ ସିରସା ସିଦ୍ଧୁ ମୁସେଓ୍ଵାଲାଙ୍କ ନିକଟକୁ ଯାଇ ତାଙ୍କ ଉପରକୁ ୬ଟି ଗୁଳି ଚଳାଇଥିଲେ। ଏହି ଘଟଣାରେ ତାଙ୍କ ସହଯୋଗୀ ସଚିନ ବିର୍‌ମାନୀଙ୍କୁ ବି ଗିରଫ କରାଯାଇଛି। ସୂଚନାଥାଉ କି, ସିଦ୍ଧୁ ମୁସେଓ୍ଵାଲା ଭାରତ ଏବଂ ଭାରତ ବାହାରେ ପଞ୍ଜାବୀ ସଙ୍ଗୀତକୁ ନେଇ ବେଶ୍‌ ଲୋକପ୍ରିୟ ଥିଲେ। ଚଳିତ ବର୍ଷ ମେ’ ୨୯ରେ ତାଙ୍କ କାର ଉପରକୁ ଧୂଅାଁଧାର ଫାୟାରିଂ କରାଯାଇ ତାଙ୍କୁ ହତ୍ୟା କରାଯାଇଥିଲା।

Leave A Reply

Your email address will not be published.