ଦେଶ ବିଦେଶ

ଦୀପାବଳି ଭେଟି: ୩ ବର୍ଷ ପରେ ଭାରତ-ପାକ୍‌ ସୀମାରେ ଯବାନ ବାଣ୍ଟିଲେ ମିଠା, ପୁଲଓ୍ଵାମା ଆକ୍ରମଣ ଯୋଗୁ ବନ୍ଦ ହୋଇ ଯାଇଥିଲା ପରମ୍ପରା

ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଲୋକଙ୍କ ମଧ୍ୟରେ ଶାନ୍ତି, ଏକତା, ଭଲ ପାଇବା ଆଣିଥାଏ ଏହି ଆଲୋକର ପର୍ବ ଦୀପାବଳି। ଦୀପାବଳିରେ କେବଳ ଦୀପର ଆଲୋକ ନୁହେଁ, ବରଂ ଦୁଇ ହୃଦୟ ମଝିରେ ଥିବା ଦୂରତା ମଧ୍ୟ ପରସ୍ପରକୁ ମିଠା ଖୁଆରେ ଶେଷ ହୋଇଥାଏ। ଗୁରୁବାର ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଭାରତ-ପାକିସ୍ତାନ ସୀମାରେ। ଦୀପାବଳି ଅବସରରେ ଦୁଇ ଦେଶର ସୁରକ୍ଷା ବାହିନୀ ପରସ୍ପରକୁ ମିଠା ଖୁଆଇ ଏହି ଦୂରତା ହଟାଇ ଥିଲେ। ୩ ବର୍ଷ ବ୍ୟବଧାନ ପରେ ଜମ୍ମୁ-କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନ ସୀମାରେ ଭାରତୀୟ ସୁରକ୍ଷା ବଳର ଯବାନମାନେ ପାକିସ୍ତାନୀ ସୈନିକମାନଙ୍କୁ ଦୀପାବଳିର ମଠା ଖୁଆଇ ଥିଲେ।

ପୁଲଓ୍ଵାମା ଆକ୍ରମଣ ପରେ ବନ୍ଦ ହୋଇ ଯାଇଥିଲା ମିଠା ବାଣ୍ଟିବାର ପରମ୍ପରା

କୌଣସି ଉତ୍ସବ ଆସିଲେ ଭାରତ ଓ ପାକିସ୍ତାନ ସୀମାରେ ଉଭୟ ଦେଶର ସେନା ପରସ୍ପରକୁ ମିଠା ବାଣ୍ଟିବାର ପରମ୍ପରା ସ୍ୱାଧୀନତା ପରଠାରୁ ହିଁ ରହି ଆସିଛି। ଯଦିଓ ଏବେ ଏହି ପରମ୍ପରା ଉପରେ ଦୁଇ ଦେଶ ମଧ୍ୟରେ ଥିବା ବିବାଦର କିଛିଟା ପ୍ରଭାବ ପଡ଼ିଛି। ଦୀପାବଳିରେ ମିଠା ବାଣ୍ଟିବାର ପରମ୍ପରା କାଶ୍ମୀରର ପୁଲଓ୍ଵାମାରେ ୨୦୧୯ ଫେବୃୟାରୀରେ CISF କାଫିଲେରେ ଆତ୍ମଘାତୀ ଆକ୍ରମଣ ପରେ ବନ୍ଦ ହୋଇ ଯାଇଥିଲା। ଏହା ପରଠାରୁ ବିଗତ ୩ ବର୍ଷ ହେବ ଦୁଇ ଦେଶ ପରସ୍ପର ମଧ୍ୟରେ ମିଠା ବାଣ୍ଟି ନ ଥିଲେ।

ବାଡମେରରେ BSF ଦେଲେ ଲଡ଼ୁ

ରାଜସ୍ଥାନର ବାଡମେର ଜିଲାରେ ଭାରତ-ପାକ୍‌ ଇଣ୍ଟରନ୍ୟାଶନାଲ ବର୍ଡରରେ BSF ଓ ପାକ୍‌ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ ହୋଇଥିଲା। ଏଥି ସହିତ ଦୀପାବଳିର ଶୁଭକାମନା ମଧ୍ୟ ଜଣା ଯାଇଥିଲା। ମୁନାବାବ, ଗଡରାରୋଡ୍‌, କୈଲନୋର, ବାଖାସରର ଚୌକିଗୁଡ଼ିକରେ BSF ତରଫରୁ ବାଡମେର ଜିଲାର ପ୍ରସିଦ୍ଧ ଗଡରା ଲଡୁ ଏବଂ ଅନ୍ୟାନ୍ୟ ମିଠା ପ୍ୟାକେଟ୍‌ ଭେଟି ଦିଆଯାଇଥିଲା। ପାକିସ୍ତାନୀ ସୈନିକମାନେ ମଧ୍ୟ ନିଜ ଦେଶର ପ୍ରସିଦ୍ଧ ମିଠା BSF ଯବାନମାନଙ୍କୁ ଭେଟି ଦେଇଥିଲେ।

ପଞ୍ଜାବର ଅଟାରୀ ବର୍ଡରରେ ଯବାନ ଖୁଆଇଲେ ମିଠା

BSF ଯବାନମାନେ ପଞ୍ଜାବର ଅମୃତସରରେ ପ୍ରସିଦ୍ଧ ଅଟାରୀ-ଓ୍ଵାଘା ସୀମାରେ ମଧ୍ୟ ପାକିସ୍ତାନୀ ରେଞ୍ଜର୍ସର ସିପାହୀମାନଙ୍କୁ ଦୀପାବଳି ଅବସରରେ ମିଠା ଖୁଆଇଥିଲେ। ସେହିପରି ପାକିସ୍ତାନୀ ରେଞ୍ଜର୍ସ ବି BSF ଯବାନମାନଙ୍କୁ ଏହା ବଦଳରେ ମିଠା ଖୁଆଇ ଦୀପାବଳିର ଶୁଭକାମନା ଜଣାଇଥିଲେ।

ଜମ୍ମୁ-କାଶ୍ମୀରର ଟିଥ୍‌ଓ୍ଵାଲ ବ୍ରିଜ୍‌ରେ କରାଗଲା ମୁହଁ ମିଠା

ଜମ୍ମୁ-କାଶ୍ମୀରର କୁପଓ୍ଵାଡା ଜିଲାରେ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (LOC)ରେ ଭାରତୀୟ ସେନାର ଯବାନମାନେ ପାକିସ୍ତାନୀ ସୈନିକମାନଙ୍କର ମୁହଁ ମିଠା କରିଥିଲେ। ପାକିସ୍ତାନୀ ସେନା ମଧ୍ୟ ଭାରତୀୟ ଯବାନମାନଙ୍କୁ ମିଠା ବାଣ୍ଟିଥିଲେ। ଏହି ସମୟରେ ଦୁଇ ପକ୍ଷର ସୈନିକମାନେ ପରସ୍ପରକୁ ଆଲିଙ୍ଗନ କରି ଦୀପାବଳି ଶୁଭେଚ୍ଛା ଜଣାଇଥିଲେ।

Roshni

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

27 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

34 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago