ଟିକାକରଣ ପରେ ବଢ଼ୁଛି ସମସ୍ୟା, ଏବେ ଯାଏଁ ୪୪୭ ଜଣଙ୍କ ଠାରେ ଦେଖାଗଲାଣି ସାଇଡ୍‌ ଇଫେକ୍ଟ; ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ମଧ୍ୟରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। କିନ୍ତୁ ଇତି ମଧ୍ୟରେ ଅନେକ ଲୋକଙ୍କ ଠାରେ ଭ୍ୟାକ୍‌ସିନ୍‌ର ପ୍ରତିକୂଳ ପ୍ରଭାବ ବା ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି, କରୋନା ଟିକାକରଣ ପରେ ଏବେ ପ୍ରାୟ ୪୪୭ ଜଣଙ୍କଠାରେ ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ ଦିଲ୍ଲୀରେ ୫୨ ଜଣ ହେଲଥ ଓ୍ଵାର୍କର୍ସ ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। କିଛି ଲୋକଙ୍କ ଠାରେ ଆଲର୍ଜି ହୋଇଥିବା ବେଳେ ଆଉ କିଛି ବିଚଳିତ ହୋଇପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଏଇଏଫ୍‌ଆଇ ସେଣ୍ଟର ମଧ୍ୟ ପଠାଯାଇଛି।

ତେବେ ଏହି ମାମଲାରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଟିକାକରଣ ପରେ କିଛି ଲୋକଙ୍କ ଠାରେ ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି। ଆମେ ଏନେଇ ଅନୁଧ୍ୟାନ କରୁଛୁ। ଯେଉଁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଛି, ଆମେ ସେମାନଙ୍କୁ ବିଶ୍ରାମ ପାଇଁ ଛୁଟି ଦେଉଛୁ ଓ ସେମାନଙ୍କ ଉପରେ ପୂରା ନଜର ରଖିଛୁ।

Leave A Reply

Your email address will not be published.