ଦେଶ ବିଦେଶ

ସୁଟକେସ୍‌ରେ ମୃତଦେହ ଘଟଣା : ଟିଭି ଦେଖି ମୁଣ୍ଡକୁ ଆସିଲା ବିଚକ୍ଷଣ ବୁଦ୍ଧି, ତା’ ପରେ ଏମିତି କଲା ସ୍ୱାମୀ

ହରିୟାଣାର ସାଇବର ସିଟି ଗୁରୁଗ୍ରାମର ଇଫକୋ ଛକ ନିକଟରୁ ଏକ ସୁଟକେସରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟିଭି ଏବଂ ସମ୍ବାଦପତ୍ର ପଢି କିପରି ନିଜ ପତ୍ନୀଙ୍କ ମୃତଦେହକୁ ଠିକଣା ସ୍ଥାନରେ ପହଞ୍ଚାଇବେ, ତାହାର ଯୋଜନା କରିଥିଲେ। ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ କିପରି ମୃତଦେହକୁ ଫୋପାଡିବ, ତାହାର ବୁଦ୍ଧି ଆସିଥିଲା। ଏହି ଘଟଣାରେ ପୋଲିସି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ହତ୍ୟାକାଣ୍ଡ ବିଷୟରେ ଖୁଲାସା ହୋଇଥିଲା।

ଗତ ସୋମବାର ଦିନ ଗୁରୁଗ୍ରାମର ଜନଗହଳିପୂର୍ଣ୍ଣ ଇଫକୋ ଛକ ନିକଟରେ ଏକ ସୁଟକେସରେ ମୃତଦେହ ମିଳିଥିଲା। ଜଣେ ଅଟୋ ଚାଳକ ସୁଟକେସକୁ ସନ୍ଦିଗ୍ଧ ଅବସ୍ଥାରେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସୁଟକେସକୁ ଖୋଲି ଦେଖିଥିଲେ। ସେଥିରେ ଯେଉଁ ମୃତଦେହଟି ଥିଲା ତାହା ଜଣେ ୩୦ ବର୍ଷୀୟ ମହିଳାଙ୍କର। ମହିଳାଙ୍କୁ ନର୍ଯାତନା ଦେବା ପରେ ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା ବୋଲି ପୋଲିସ କହିଥିଲା। ମୃତଦେହରେ ଅନେକ ପୋଡାଦାଗ, ଗୁପ୍ତାଙ୍ଗରେ ପୋଡାଦାଗ, ଏକାଧିକ ଟାଟୁ ହୋଇଥିଲା। ଏହି ଘଟଣାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା।

ମୃତଦେହର ଗୋଟେ ହାତକୁ ଛୁରୀରେ ତାଡି ଏବଂ ପୋଡିବା ପାଇଁ ଚେଷ୍ଟା କରିଥିଲା ଅଭିଯୁକ୍ତ। ଏହି ହାତରେ ଟାଟୁ ଥିଲା ଆଉ ଟାଟୁରେ ଥିବା ପ୍ରମାଣକୁ ନଷ୍ଟ କରିବାକୁ ଚାହୁଁଥିଲା ହତ୍ୟାକାରୀ।  ତେବେ ଯେଉଁ ସ୍ଥାନରେ ସୁଟକେସ ମିଳିଥିଲା, ପୋଲିସ ସେହିସ୍ଥାନରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ଏହି ଫୁଟେଜରେ ଜଣେ ବ୍ୟକ୍ତି ସୁଟକେସକୁ ସଡ଼କରେ ଘୋଷାଡିବା ଦେଖିବାକୁ ମିଳିଥିଲା। ଦିନ ଦ୍ୱିପ୍ରହରରେ ନିର୍ଭୟରେ ରାସ୍ତାରେ ସୁଟକେସରେ ମୃତଦେହ ଭର୍ତ୍ତି କରି ଯାଉଥିବାର ନଜର ଆସିଥିଲା। ସିସିଟିଭି ଫୁଟେଜରୁ ପୋଲିସ ସନ୍ଦେହ କରି ଯେଉଁ ଯୁବକଙ୍କୁ ଗିରଫ କରିଥିଲା, ସେହି ଯୁବକ ଜଣକ ସୁଟକେସରେ ଥିବା ଯୁବତୀଙ୍କ ସ୍ୱାମୀ ବୋଲି ଜଣାପଡିଥିଲେ। ତା’ ପରେ ପୋଲିସକୁ ସବୁ ସତ ଓଗାଳିଥିଲା ହତ୍ୟାକାରୀ।

ହତ୍ୟାକାରୀ ଯୁବକଙ୍କ ନାମ ରାହୁଲ । ଆଉ ମୃତ ମହିଳାଙ୍କ ନାମ ପ୍ରିୟଙ୍କା। ଉଭୟ ସଂପର୍କରେ ସ୍ୱାମୀ ସ୍ତ୍ରୀ। ଦୁହେଁ ଉତ୍ତରପ୍ରଦେଶରେ ରହୁଥିଲେ ଏବଂ ଦେଢ ବର୍ଷ ପୂର୍ବେ ଦୁହେଁ ପ୍ରେମ ବିବାହ କରିଥିଲେ। ରାହୁଲ ଗୁରୁଗ୍ରାମର ଏକ କମ୍ପାନୀରେ କାମ କରୁଥିଲେ। ମାତ୍ର ୧୨ ହଜାର ଟଙ୍କା ଦରମା ପାଉଥିବା ରାହୁଲଙ୍କୁ ପ୍ରିୟଙ୍କା ବିବାହ ପରେ ଦାମୀ ମୋବାଇଲ ଏବଂ ଟିଭି ଆଣିବାକୁ କହୁଥିଲେ। ଏହି କଥାରେ ଦୁହିଁଙ୍କର ଝଗଡା ହୋଇଥିଲା। ଝଗଡା ଏତେ ମାତ୍ରାରେ ବଢିଯାଇଥିଲା ଯେ, ବିରକ୍ତି ହୋଇ ରାହୁଲ ପ୍ରିୟଙ୍କାକୁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ତେବେ ଟିଭି ଏବଂ ସମ୍ବାଦପତ୍ର ପଢି ଏପରି ବୁଦ୍ଧି ପାଇଥିଲେ ରାହୁଲ। ଯେତେବେଳେ ପତ୍ନୀଙ୍କ ସହିତ ଝଗଡା ହେଲା, ସେତେବେଳେ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ରାହୁଲ। ଆଉ ରାହୁଲଙ୍କ ନାମର ଟାଟୁ ପତ୍ନୀଙ୍କ ହାତରେ ଦେଖିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଛୁରୀରେ ଟାଟୁକୁ କାଟିଥିଲେ ଏବଂ ଜଳାଇ ଦେଇଥିଲେ। ଏହାପରେ ମୃତହେଦକୁ ସୁଟକେସରେ ଭର୍ତ୍ତି କରି ଇଫକୋ ଛକ ନିକଟରେ ଏକ ବୁଦା ମୂଳରେ ଛାଡିଦେଇଥିଲେ।

Also Read : ଭାରତୀୟ ସେନାର ଲଢୁଆ ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ, ଉଦ୍ଧାର କାର୍ଯ୍ୟ ଜାରି

 

Swagatika

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

4 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

13 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

13 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

31 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

31 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

35 mins ago