କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, କହିଲେ ୩୭୦ ହଟାଇବା ପରେ ଜମ୍ମୁ-କଶ୍ମୀରର ପ୍ରତି ଘରେ ପହଞ୍ଚିଲା ତ୍ରିରଙ୍ଗା

ଜମ୍ମୁ : ଜମ୍ମୁ-କଶ୍ମୀରରେ ଶାନ୍ତି ଓ ଖୁସିର ମାହୋଲ ଦେଖାଯାଇଛି । ପ୍ରତି ଘରେ ସେଠାରେ ଏବେ ତ୍ରିରଙ୍ଗା ପତାକା ପହଞ୍ଚିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ୟୁପିଏ ସରକାର ସମୟରେ ମହଙ୍ଗା ୧୨ % ଥିଲା,ଏବେ ଏହା ୫ % ରେ ପହଞ୍ଚିଛି ।

ରାଜୀବ ଗାନ୍ଧୀଙ୍କ ସମୟରେ କେନ୍ଦ୍ରରୁ ୧୦୦ ଟଙ୍କା ଗଲେ ଏହା ଲୋକଙ୍କ ପାଖରେ ୧୫ ଟଙ୍କାରେ ପହଞ୍ଚୁଥିଲା । ହେଲେ ମୋଦି ସରକାର ସମ୍ପୁର୍ଣ୍ଣ ଅର୍ଥ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି । ଶନିବାର କହିଛନ୍ତି ।

ଆଲୋଚନା ପାଇଁ ଡରୁଛନ୍ତି ବିରୋଧୀ :

ଅଦାନୀଙ୍କ ବିବାଦ ସମ୍ପର୍କରେ ବିରୋଧୀ ଦଳଙ୍କ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି (ଜେପିସି) ବସାଇବା ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଥିଲେ , ବରୋଧୀ ଦଳ ଆଲୋଚନାକୁ ଡରୁଛନ୍ତି । ବିବାଦ ଉପରେ ଆଲୋଚନା ଠାରୁ ପଛଘୁଞ୍ଚା ଦେଉଥିବା ବେଳେ କେବଳ ହୋ ହଲ୍ଲା କରୁଛନ୍ତି ।

ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ୍‌, ଲାଇଫ ଇନସୁରାନ୍ସ କର୍ପୋରେସନ ଓ ସମ୍ବନ୍ଧିତ ମନ୍ତ୍ରଣାଳୟ ନିଜ କଥା ସ୍ପଷ୍ଟ କରି ସାରିଛନ୍ତି । ରାଜ୍ୟ ସଭାରେ ବିପକ୍ଷଙ୍କ କାର୍ଯ୍ୟକଳାପ ଠିକ ନୁହେଁ ।

କଂଗ୍ରେସର ଲୋକେ ଦେଶକୁ ଲୁଟିଛନ୍ତି :

ଶ୍ରୀ ଠାକୁର କହିଥିଲେ ଯେ କେନ୍ଦ୍ରୀୟ ବଜେଟରେ ପ୍ରଧାନମନ୍ତ୍ରୀ ମହିଳା,କୃଷକ ଓ ସମାଜର ପ୍ରତି ବର୍ଗର ଲୋକଙ୍କୁ ସନ୍ତ୍‌ୁଷ୍ଟ କରିଛନ୍ତି । ପ୍ରତି କ୍ଷେତ୍ରରେ ବଜେଟର ଅନୁଦାନ ୟୁପିଏ ସରକାର ଠାରୁ ୨ ଗୁଣ ରହିଛି । ଶ୍ରୀ ଠାକୁର ଆହୁରି କହିଥିଲେ କଂଗ୍ରେସ ଲୋକମାନେ ଦେଶକୁ ଲୁଟିଛନ୍ତି ।

ହେଲେ ମୋଦି ସରକାରଙ୍କ ସମୟରେ ଗୋଟିଏ ବି ଟଙ୍କା ହେରାଫେରୀ ହୋଇନାହିଁ । ଏହା ଆମର ସଂକଳ୍ପ ଯେ ଆମେ ଦେଶକୁ ନଇଁବାକୁ ଦେବୁନି । ବିରୋଧୀ ଦଳ ଚଷମା ଓହ୍ଲାଇ ଦେଖିବାର କଥା । ଏହା ଗରୀବଙ୍କ ପାଇଁ କଲ୍ୟାଣକାରୀ ବଜେଟ୍‌ ବୋଲି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.