ମହାରାଷ୍ଟ୍ରରେ ପୁଣି ସରକାର ଗଠନ କରିବ ବିଜେପି-ଶିବସେନା, ମେଣ୍ଟକୁ ରୋକିବାରେ ବିଫଳ ହେଲା କଂଗ୍ରେସ

କେନ୍ୟୁଜ୍ (ବ୍ୟୁରୋ):   ମହାରାଷ୍ଟ୍ରରେ ପୁଣି ଫେରିବ ବିଜେପି-ଶିବସେନା ମେଣ୍ଟ। ରାଜ୍ୟରେ ଉଭୟ ଦଳକୁ ମିଳିଛି ସ୍ପଷ୍ଟ ବହୁମତ। ବିଜେପିକୁ ୧୦୧ ଓ ଶିବସେନାକୁ ୫୮ଟି ଆସନ ମିଳିଛି। ଅର୍ଥାତ ଉଭୟ ଦଳକୁ ମିଳିଛି ୧୫୯ ଆସନ। ମ୍ୟାଜିକ ଫିଗର ୧୪୫ ରହିଛି। ସେହିପରି କଂଗ୍ରେସ-ଏନ୍‌ସିପିକୁ ମିଳିଛି ୯୮ ଆସନ। କଂଗ୍ରେସର ୪୫ ଓ ଏନ୍‌ସିପିର ୫୩ ଆସନ। କଂଗ୍ରେସ-ଏନ୍‌ସିପି ମେଣ୍ଟ, ବିଜେପି-ଶିବସେନାକୁ ମାତ୍‌ ଦେବାରେ ବିଫଳ ହୋଇଛି।

ମହାରାଷ୍ଟ୍ରରେ ଜିତିଛି ବିଜେପି। କିନ୍ତୁ ରେଜଲ୍ଟ ଉତ୍ସାହଜନକ ନାହିଁ। ୨୦୧୪ ତୁଳନାରେ କମିଛି ସିଟ୍‌ ସଂଖ୍ୟା। ସେତେବେଳେ ଉଭୟ ଦଳର ସିଟ୍‌ ସଂଖ୍ୟା ୧୮୫ ଥିଲା। ଏବେ ସେହି ସଂଖ୍ୟା ୧୫୯କୁ ଖସି ଆସିଛି। ଭୋଟ ହାର ମଧ୍ୟ ହ୍ରାସ ପାଇଛି। ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିର ଭୋଟ ହାର -୨୭.୮ % ଓ ଶିବସେନାର-୧୯.୩%। ଉଭୟଙ୍କ ଭୋଟ ହାରଥିଲା ୪୭ ପ୍ରତିଶତ। ୨୦୧୯ ଲୋକସଭାରେ ଉଭୟ ୪୮ରୁ ଜିତିଥିଲେ ୪୧ ଆସନ। ଉଭୟ ଦଳର ଭୋଟ ହାର ଥିଲା ୫୧ ପ୍ରତିଶତ। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଭୋଟ ହାର ୨୫.୪ ପ୍ରତିଶତ, ଶିବସେନା ୧୬.୯ ପ୍ରତିଶତ ରହିଛି। ଉଭୟର ଦଳର ଭୋଟହାର ପ୍ରାୟ ୪୨ ପ୍ରତିଶତ ରହିଛି। ଅର୍ଥାତ ୪ ମାସ ଭିତରେ ଉଭୟ ଦଳ ଭୋଟ ହାର ପ୍ରାୟ ୯ ପ୍ରତିଶତ କମିଛି।

maharashtra 1

ମହାରାଷ୍ଟ୍ରରେ ସରକାର ଗଠନ କରିବ ବିଜେପି-ଶିବସେନା। କିନ୍ତୁ ଲୋକସଭାରେ ବିଜେପି ଯେଉଁ ହାରରେ ଭୋଟ୍‌ ପାଇଥିଲା, ତାକୁ ଦେଖିଲେ ଦଳର ଭୋଟ ହାର ଖସିଛି। ଅର୍ଥାତ ଜାତୀୟ ନିର୍ବାଚନରେ ଭୋଟର ଯେଉଁ ମତ ଦେଉଛନ୍ତି, ରାଜ୍ୟ ସ୍ତରରେ ଭିନ୍ନ ମତ ରହୁଛି ତାହା ସ୍ପଷ୍ଟ ହେଉଛି।.