ପୁଣି ଆଫଗାନିସ୍ତାନ କାନ୍ଦାହାରରେ ଭୟାବହ ବିସ୍ଫୋରଣ, ବୋମମାଡ଼ରେ ୩୨ ଜଣଙ୍କର ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ): ତାଲିବାନୀଙ୍କ ହାତକୁ ଆଫଗାନିସ୍ତାନ ଯିବା ପରେ ବଢୁଛି ହିଂସାକାଣ୍ଡ। କାନ୍ଦାହାରରେ ଭୟାବହ ବିସ୍ଫୋରଣ । ଇମାମ ବରଘା ମସଜିଦ ନିକଟରେ ବୋମମାଡ଼ରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ୫୩ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ । ବିସ୍ଫୋରଣ ପଛରେ କାହାର ରହିଛି ସଂପୃକ୍ତି ସେନେଇ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି ।

ପୂର୍ବରୁ ଗତ ଶୁକ୍ରବାର ଦିନ ଆଫଗାନିସ୍ତାନର ଏକ ମସଜିଦ ନିକଟରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୪୬ ଜମଙ୍କର ମୃତ୍ୟୁ ହୋଇଥିଲା । ବହୁ ଆହତ ହୋଇଥିଲେ । ବିସ୍ଫୋରଣ ପାଇଁ ଆଇଏସଆଇ ଆତଙ୍କବାଦୀ ନିଜକୁ ଦାୟୀ କରିଥିଲେ । ତାଲିବାନୀଙ୍କ ହାତକୁ ଆଫଗାନିସ୍ତାନ ଯିବା ପରେ ହିଂସାକାଣ୍ଡ ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.