ବେଲଗାମ୍ ତୈଳ ଦର, ଆସନ୍ତାକାଲି ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(କେନ୍ଯୁଜ୍): ଥମୁନି ପେଟ୍ରୋଲ ତାତି, ବଢିଚାଲିଛି ଦର। ଭୁବନେଶ୍ୱରରେ ୮୦ଛୁଇଁଲା କଣ୍ଟା। ପେଟ୍ରୋଲ ଲିଟର ୮୦ଟଙ୍କା ୧୮ପଇସା ଓ ଡିଜେଲ ୭୯ଟଙ୍କା ୮୦ପଇସାରେ ପହଞ୍ଚିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ପେଟ୍ରୋଲ ଲିଟର ପ୍ରତି ୨୮ ପଇସା ଓ ଡିଜେଲ ୨୨ ପଇସା ମହଙ୍ଗା ହୋଇଛି ।

petrolବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଦର ଆଜି ୮୧ଟଙ୍କା ୨୮ପଇସାରେ ପହଞ୍ଚିଛି ଏବଂ ଡିଜେଲ ଦାମ୍‌ ୭୩ ଟଙ୍କା ୩୦ ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୮ ଟଙ୍କା ୬୭ ପଇସା ହୋଇଥିବାବେଳେ ଡିଜେଲ ଦାମ୍‌ ୭୭ ଟଙ୍କା ୮୨ ପଇସା ରହିଛି । ତୈଳ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଏକ ବୈଠକ ଡକାଇଛନ୍ତି। ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲା ଓ କିଛି କ୍ୟାବିନେଟ୍‌  ମନ୍ତ୍ରୀ ସାମିଲ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.