ଭାରତ କହିଲା ଭୁଲରେ ଯାଇଛି, ପାକିସ୍ତାନର ଅଭିଯୋଗ ଜାଣିଶୁଣି ଛାଡ଼ିଛି

ପାକିସ୍ତାନ ତରଫରୁ ଭାରତଉପରେ ଏୟାରସ୍ପେସ ଉଲଙ୍ଘନ କରିବାର ଆରୋପ ଲଗାଯାଇଥିଲା । ଦାବି କରାଗଲା କି ପାକିସ୍ତାନରେ ୧୨୪ କିଲୋମିଟର ଭିତରେ ଭାରତ ପକ୍ଷରୁ ଆସୁଥିବା ଅବେଜକ୍ଟ କାନେବାଲ ଜିଲ୍ଲାରେ ପଡିଲା । ଏବେ ବାରତ ସରକାରଙ୍କ ପକ୍ଷରୁ ଏହା ଉପରେ ସ୍ପଷ୍ଟିକରଣ ଆସିଛି । ଦାବି କରାଯାଇଚି କି ଟେକନିକାଲ ଇସ୍ୟୁ ପାଇଁ ଗୋଟେ ମିସାଇଲ ଜଳିଯାଇତିଲା । ଏହି ମାମଲାରେ କୋର୍ଟ ଏବେ ଇନିକ୍ୟାରି ପାଇଁ ଆଦେଶ ଦେଇଛନ୍ତି ।

ଭାରତ ସରକାର ନିଜ ଉତ୍ତରରେ କହିଲେ କି ୯ମାର୍ଚ୍ଚର ଏକ୍ଟ୍ରିମ ମେଣ୍ଟେନାନ୍ସ ସମୟରେ ଟେକନିକାଲ ଇସ୍ୟୁ ପାଇଁ ମିସାଇଲ ଫାୟାର ହୋଇତିଲା । ବାରତ ସରକାର ଏହି ମାମଲାରେ ଯାଞ୍ଚ ପାଇଁ ଆଦେଶ ମଧ୍ୟ ଦେଇଛନ୍ତି । ସରକାରଙ୍କ ତରଫରୁ ଏକଥା କୁହାଯାଉଛି କି ମିସାଇଲ ପାକିସ୍ତାନରେ ଯାଇ ପଡିଲା କିନ୍ତୁ ଏଥିରେ କୌଣସି ନାଗରିକଙ୍କର କ୍ଷତି ହୋଇନାହିଁ । ଏବେ ଯେଉଁ ବିବାଦକୁ ବାରତ ଏକ ଭୂଲ ବା ଗଲତି ବୋଲି କହିଛି । ହେଲେ ପାକିସ୍ତାନରେ ଏହାକୁ ନେଇ କାଫି ବବାଲ ଦେଖିବାକୁ ମିଳୁଛି । ସେଠାକାର ସରକାର ଠାରୁ ମିଡିଆ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଆକ୍ରମଣାତ୍ମକ ଢହ୍ଗରେ ଦେଖିଛନ୍ତି ।

ପାକିସ୍ତାନି ଗଣମାଧ୍ୟମ ହିସାବରେ ପାକିସ୍ତାନି ବିଦେଶ ମନ୍ତ୍ରୀ କହିଛନ୍ତି କି ଭାରତକୁ ଏଥିପାଇଁ ଭାରତକୁ ଉତ୍ତରଦାୟୀ ହେବାକୁ ପଡିବ । ସେ କହିଛନ୍ତି କି ଭାରତକୁ ଏଥିପାଇଁ ଦୋଷୀ କହାଯିବା ହିଁ ଦରକାର । ଏହି ଘଟଣା ପରେ ବାରତର ସ୍ପଷ୍ଟିକରଣ ପରେ ଆମେ ଆମ ଆଗାମୀ ପଦକ୍ଷେପ ନେବୁ । କିନ୍ତୁ କହିରଖୁଛୁ ବାରତ ପକ୍ଷରୁ ଏହାକୁ ନେଇ ସ୍ପଷ୍ଟିକରଣ ଦିଆୟାଇସାରିଛି ହେଲେ ପାକିସ୍ତାନ ତରଫରୁ କୌଣସି ଜବାଜ ମିଳିନାହିଁ ।

ଏମିତିବି ଏ ଘଟଣାକୁ ନେଇ ମେଜର ଜେନେରାଲ ବାବାର ଇଫ୍‌ତିଖାର କହିଛନ୍ତି କି ସଂନ୍ଧ୍ୟା ୬ଟା ୪୩ରେ ପାକିସ୍ତାନ ବାୟୁ ସେନାର ଏୟାର ଡିଫେନ୍ସ ଅପରେସନ ସେଣ୍ଟର ଦ୍ୱାରା ଭାରତ ସୀମା ମଧ୍ୟରେ ଗୋଟେ ଅତିଜୋରରେ ଉଡୁଥିବା ଅବଜେକ୍ଟ ଦେଖାଯାଇଥିଲା । ତାଙ୍କ ହିସାବରେ ପାଖାପାଖି ୭ମିନିଟ ପରେ ତାହା ଚନ୍ନ୍‌ୁ ପାଖରେ ଖସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.