ପୁଣି ମୁକେଶ ଅମ୍ବାନୀ ଓ ପରିବାରକୁ ହତ୍ୟା ଧମକ, ୧୨ଟା ୫୭ରେ ଆସିଲା ଅଜଣା ଦୁର୍ବୃତ୍ତର ଧମକପୂର୍ଣ୍ଣ ଫୋନ

କେନ୍ୟୁଜ୍(ବ୍ୟୁରୋ):ପୁଣି ମୁକେଶ ଅମ୍ବାନୀ ଓ ପରିବାରକୁ ହତ୍ୟା ଧମକ। ରିଲାଏନ୍‌ସ ଇଣ୍ଡଷ୍ଟ୍ରୀ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ପରେ ପୋଲିସର ତନାଘନା ଆରମ୍ଭ। ମଧ୍ୟାହ୍ନ ୧୨ଟା ୫୭ମିନିଟରେ ସାର୍‌ ଏଚଏନ ରିଲାଏନ୍‌ସ ଫାଉଣ୍ଡେସନ ହସପିଟାଲ ଲାଣ୍ଡଲାଇନ ନମ୍ବରକୁ ଅଜଣା ଦୁର୍ବୃତ୍ତର ଧମକପୂର୍ଣ୍ଣ ଫୋନ ଆସିଥିଲା। ଦୁର୍ବୃତ୍ତ ମୁକେଶ ଅମ୍ବାନୀ ଓ ପରିବାର ସଦସ୍ୟଙ୍କ ନାଁ ନେଇ ହତ୍ୟା କରିବାକୁ ଧମକ ଦେଇଥିଲା। ଏହା ସହ ସାର୍‌ ଏଚଏନ ରିଲାଏନ୍‌ସ ଫାଉଣ୍ଡେସନ ହସପିଟାଲକୁ ମଧ୍ୟ ଉଡ଼ାଇ ଦେବାକୁ ଧମକ ଦେଇଥିଲା। ଏନେଇ ଡାକ୍ତରଖାନା ପକ୍ଷରୁ ପୋଲିସରେ ଅଭିଯୋଗ କରିବା ପରେ ଡିବି ମାର୍ଗ ପୋଲିସ ଷ୍ଟେସନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଧମକ ପରେ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲାଆ ଓ ଏଚଏନ ରିଲାଏନ୍‌ସ ଫାଉଣ୍ଡେସନ ହସପିଟାଲରେ ସୁରକ୍ଷା ବଢାଇ ଦିଆଯାଇଛି। ମୁମ୍ବାଇ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇଛି। ଦୁର୍ବୃତ୍ତ ବିରୋଧରେ କଠୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ଗତ ୨ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅମ୍ବାନୀଙ୍କୁ ହତ୍ୟା ଧମକ ମିଳିଛି। ଅଗଷ୍ଟ ୧୫ ତାରିଖରେ ମଧ୍ୟ ସମାନଧରଣର ଧମକ ଦେଇଥିଲା ଅଜଣା ଦୁର୍ବୃତ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.