ନିର୍ଭୟା ମାମଲାରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ପୁଣି ହେବ ଶୁଣାଣି, କୋର୍ଟ ଗଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ

କେନ୍ୟୁଜ୍(ବ୍ୟୁରୋ): ନିର୍ଭୟା ମାମଲାରେ ଆସନ୍ତାକାଲି ପୁଣି ହେବ ଶୁଣାଣି । କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଟ୍ରାଏଲ କୋର୍ଟଙ୍କ ଡେଥ୍‌ ୱାରେଣ୍ଟ ଉପରେ ସ୍ଥଗିତାଦେଶକୁ ରଦ୍ଦ କରିବାକୁ ମନା କରିଥିଲେ । ସବୁ ଆଇନଗତ ପ୍ରକ୍ରିୟାର ସାହାଯ୍ୟ ନେବାକୁ ଦୋଷୀଙ୍କୁ ଆଉ ସାତ ଦିନ ସମୟ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଏହି ରାୟକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କୋର୍ଟ ଏହା ଉପରେ ଆସନ୍ତାକାଲି ଶୁଣାଣି କରିବେ ।

ସେପଟେ ନିର୍ଭୟା ମାମଲାରେ କୋର୍ଟ ଗଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ । ଡେଥ୍‌ ଓ୍ଵାରେଣ୍ଟ ପାଇଁ ନୂଆ ତାରିଖ ଧାର୍ଯ୍ୟ ପାଇଁ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି ।

 

Leave A Reply

Your email address will not be published.