ଉହାନ ଲ୍ୟାବ୍‌ରୁ ଭାଇରସ ଲିକ୍‌ ରହସ୍ୟ ଟଳିନଥିବା ବେଳେ ଏବେ ଆଉ ଏକ ଲ୍ୟାବରୁ ଲିକ୍ ହୋଇଛି ନ୍ୟୁକ୍ଲିଅର

କେନ୍ୟୁଜ୍(ବ୍ୟୁରୋ): ଚାଇନା ଜେନେରାଲ ନ୍ୟୁକ୍ଲିଅର ପାୱାର ଗ୍ରୁପର ଅଧିନରେ ରହିଛି ଟାଇସାନ ନ୍ୟୁକ୍ଲିଅର ପ୍ଲାଣ୍ଟ। ପରିଚାଳନାରେ ଅଂଶୀଦାର, ଫ୍ରାନ୍‌ସର ଇଲେକ୍ଟ୍ରି ସାଇଟ୍‌ ଡି ଫ୍ରାନ୍‌ସ। ନ୍ୟୁକ୍ଲିଅର ପ୍ଲାଣ୍ଟରେ କିଛି ନିର୍ମାଣ କାମ ପାଇଁ ଫ୍ରାନ୍‌ସ କମ୍ପାନୀ ଫ୍ରାମାଟୋମ୍‌କୁ ଦିଆଯାଇଥିଲା ଦାୟିତ୍ୱ। ଏହାପରେ ପ୍ରକୃତ ସତ ପ୍ରଘଟ ହୋଇଥିଲା। ପ୍ଲାଣ୍ଟ ମରାମତି ପାଇଁ ଆମେରିକାର ଶକ୍ତି ବିଭାଗଠାରୁ ବୈଷୟକି ସାହାଯ୍ୟ ଲୋଡ଼ିଥିଲା ଫ୍ରାମାଟୋମ୍‌। କୁହାଯାଇଥିଲା ଇମିନାଣ୍ଟ ରେଡିଓଲୋଜିକାଲ ଥ୍ରେଟ୍‌ ରହିଛି।  କମ୍ପାନୀ ଜାଣିବାକୁ ପାଇଛି, ପ୍ଲାଣ୍ଟର ଏକ ନମ୍ବର ରିଆକ୍ଟରରୁ ଆଣବିକ ଲିକ୍‌ ହେଉଛି। ସବୁଠାରୁ ସାଂଘାତିକ ଅଭିଯୋଗ, ଚୀନ କମ୍ପାନୀ ଏହାକୁ ଲୁଚାଇବାକୁ ପ୍ରୟାସ କରୁଛନ୍ତି । କାଳେ ପ୍ଲାଣ୍ଟ ବନ୍ଦ ହୋଇଯିବ, ଏହି ଆଶଙ୍କାରେ କେତେ ପରିମାଣ ଲିକ୍‌ ଗ୍ରହଣୟୀ, ସେ ନେଇ ଧାର୍ଯ୍ୟ ସ୍ତରକୁ ଚୀନ ବଢାଇ ଚାଲିଛି। ଫ୍ରାନ୍‌ସ କଂପାନୀ ମତରେ ଧାର୍ଯ୍ୟ ସ୍ତରଠାରୁ ଅଧିକ ଲିକ୍‌ ହେଉଛି।

nuclear

ଆମେରିକା ପକ୍ଷରୁ କୁହାଯାଇଛି ଲିକ୍‌ ଏତେ ବିପଦପୂର୍ଣ୍ଣ ନୁହଁ। ଚୀନ କମ୍ପାନ କହିଛି, ପ୍ଲାଣ୍ଟ ଓ ଆଖପାଖ ଅଞ୍ଚଳର ସ୍ଥିତି ସାମାନ୍ୟ ରହିଛି। କିନ୍ତୁ ଆମେରିକାର ଜାତୀୟ ସୁରକ୍ଷା ପରିଷଦ ଗତ ସପ୍ତାହରେ ଏ ପ୍ରସଙ୍ଗ ନେଇ ଅନେକ ଥର ବୈଠକ କରିଛି। ଏଥିରୁ ଅନୁମାନ କରାଯାଉଛି ସ୍ଥିତି ସାଙ୍ଘାତିକ। କିନ୍ତୁ କେହି ବିପଦ କଥା ସ୍ପଷ୍ଟ କରୁ ନାହାନ୍ତି। ଟାଇସାନ ସହରରେ ରହୁଛନ୍ତି ୯ ଲକ୍ଷ ୫୦ ହଜାର। ଯଦି ବିପଦ ସତ ହୁଏ ତେବେ ଭୟବହ ସ୍ଥିତି ସୃଷ୍ଟି ହେବ। ଆଜି ଫାର୍ମାଟୋମ୍‌ ସୂଚନା ଦେଇଛି, ସୁରକ୍ଷା ଭିତରେ କାମ ହେଉଛି। ବିଶେଷଜ୍ଞ ପରାମର୍ଶରେ ସମ୍ଭାବ୍ୟ ଇସୁର ସମାଧାନ କରାଯିବ।…

ଚୀନ କିଛି ବର୍ଷ ହେବ ତାର ଆଣବିକ ଉର୍ଜା ଶକ୍ତି ବୃଦ୍ଧି କରିଛି। ବିଦ୍ୟୁତ୍‌ ଉତ୍ପାଦନର ୫ ପ୍ରତିଶତ ଆଣବିକ ଶକ୍ତିରୁ ଆସୁଛି। ଚୀନର ୪୯ଟି ନ୍ୟୁକ୍ଲିଅର ପ୍ଲାଣ୍ଟରୁ ୧୬ଟି କାର୍ଯ୍ୟକ୍ଷମ ରହିଛି। ୫୧ ହଜାର ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। କିନ୍ତୁ ପ୍ଲାଣ୍ଟ ସୁରକ୍ଷାରେ ଅବହେଳା ହେଲେ ବଡ଼ ବିପର୍ଯ୍ୟୟ ସୃଷ୍ଟି ହେବ।

ଭାଇରସ ଲିକ୍‌ ପରେ, ନ୍ୟୁକ୍ଲିଅର ଲିକ୍‌। ଉହାନ ଲ୍ୟାବ୍‌ରୁ ଭାଇରସ ଲିକ୍‌ ରହସ୍ୟ ଘେରରେ ରହିଛି। ଏବେ ଖବର ଆସୁଛି ଚୀନର ଟାଇସାନ୍‌ ଆଣବିକ ପ୍ଲାଣ୍ଟ ଲିକ୍‌ ହୋଇଛି। ଚୀନ କିନ୍ତୁ ଏହି ଲିକ୍‌କୁ ଲୁଚାଇବାକୁ ପ୍ରୟାସ କରୁଛି। ଅଭିଯୋଗ ହୋଇଛି, ଲିକ୍‌ ପାଇଁ ଥିବା ଗ୍ରହଣୀୟ ସ୍ତରକୁ ବଢାଇ ଚାଲିଛି। ଚୀନ ପ୍ଲାଣ୍ଟର ମରାମତି ଦାୟିତ୍ୱରେ ଥିବା ଫ୍ରାନସର କମ୍ପାନୀ ଆମେରିକାଠାରୁ ବୈଷୟିକ ସାହାଯ୍ୟ ଲୋଡିବା ପରେ ସତ ପ୍ରଘଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.