ଇଣ୍ଡୋନେସିଆ ସୁନାମି : ତଥାପି ଟଳି ନାହିଁ ବିପଦ

ଯାକର୍ତ୍ତା : ଗତ ଶୁକ୍ରବାର ଦିନ ଇଣ୍ଡୋନେସିଆରେ ଆସିଥିବା ସୁନାମିରେ ମୃତ୍ୟୁ ସଂଖ୍ୟା ୩ ଶହ ଛୁଇଁବାକୁ ବସିଲାଣି । ଆହତଙ୍କ ସଂଖ୍ୟା ମଧ୍ୟ ହଜାରେ ଧରିଲାଣି । ପ୍ରତି ମୁହୂର୍ତ୍ତରେ ସୁନାମି, ଭୂମିକମ୍ପ ଏବଂ ଆଗ୍ନେୟଗିରି ଲାଭା ଉଦଗୀରଣ ଭୟରେ ଜୀଉଛନ୍ତି ଇଣ୍ଡୋନେସିଆବାସୀ । ଆନାକା କ୍ରେକାତୋଉ ଆଗ୍ନେୟଗିରି ଏବେବି ସଜୀବ ଥିବା ଯୋଗୁଁ ଦେଶ ପାଇଁ ସୁନାମିର ଭୟ ଟଳି ନାହିଁ । ସେଥିପାଇଁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । କାରଣ ଯେକୌଣସି ମୁହୂର୍ତ୍ତରେ ପୁଣି ଆସିପାରେ ସୁନାମି ।

TSUNAMI-1

ଗତ ଶୁକ୍ରବାର ଦିନ କ୍ରେକାତୋଉ ଆଗ୍ନେୟଗିରି ଅଚାନକ ସକ୍ରିୟ ହୋଇ ଉଠିଥିଲା । ରାତି ସାଢ଼େ ୯ଟା ବେଳେ ପ୍ରାୟ ୧୫ରୁ ୨୦ ମିଟର ଉଚ୍ଚର ଜୁଆର ଆସି ଉପକୂଳ ଅଞ୍ଚଳରେ ପ୍ରଳୟ ସୃଷ୍ଟି କରିଥିଲା । ଏବେବି ଏହି ଆଗ୍ନେୟଗିରି ସକ୍ରିୟ ଥିବାରୁ ପୁଣି ସୁନାମି ଆସି ପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ଅନ୍ୟତ୍ର ଚାଲିଯିବାକୁ ଚେତାବନୀ ଦେଇଛି ପ୍ରଶାସନ ।
ଦେଖନ୍ତୁ ସକ୍ରିୟ ରହିଥିବା ଆନାକା କ୍ରେକାତୋଉ ଆଗ୍ନେୟଗିରିର ଭିଡିଓ ।

ସୌଜନ୍ୟ : ଦି ଗାର୍ଡିଆନ୍‌