ଅଗ୍ନିପଥ ସ୍କିମ୍‌ : ଭ୍ରମାତ୍ମକ ଖବର ପ୍ରସାରଣକୁ ନେଇ ବଡ କାର୍ଯ୍ୟାନୁଷ୍ଠାନ, ୩୫ ହ୍ଵାଟ୍ସଆପ ଗ୍ରୁପ୍‌ ବ୍ୟାନ୍‌, ୧୦ ଗିରଫ

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ନେଇ ଦେଶର କେତେକ ରାଜ୍ୟରେ ଯୁବକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ଆଜି ୩ ସେନାଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଆଶଙ୍କା ଦୂର କରାଯାଇଛି । ଏହା ପରେ ବି ସୋସିଆଲ ମିଡିଆରେ ଫେକ୍‌ ନ୍ୟୁଜ୍‌ ପ୍ରସାରଣ ଜାରି ରହିଛି । ଯାହାକୁ ନେଇ ସରକାର ନେଇଛନ୍ତି ବଡ କାର୍ଯ୍ୟାନୁଷ୍ଠାନ ।

ଅଗ୍ନିପଥ ଯୋଜନା ନେଇ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ୩୫ ହ୍ଵାଟ୍ସଆପ ଗ୍ରୁପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଅଗ୍ନିପଥ ଯୋଜନା ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ଓ ଦୁର୍ଭାବନାପୂର୍ଣ୍ଣ ଭୁଲ ଖବର ପ୍ରସାର କରୁଥିବା ୧୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଯଦି କାହାକୁ ଯୋଜନା ଉପରେ କିଛି ସନ୍ଦେହ ରହିଛି,ତେବେ ପିଆଇବି ରେ ଦିଆଯାଇଥିବା ଫ୍ୟାକ୍ଟ ଯାଞ୍ଚ କରିବାକୁ ସରକାର କହିଛନ୍ତି ।

କୌଣସି ଭୁଲ ଲୋକଙ୍କ ହାତରେ ହାତ ବାରିସ ନ ସାଜବାକୁ ଯୁବକମାନଙ୍କୁ ଉପଦେଶ ଦିଆଯାଇଛି । ଗୌତମବୁଦ୍ଧ ନଗରରେ ଶାନ୍ତି ବ୍ୟବସ୍ଥା ଭଙ୍ଗ କରୁଥିବା ଅସାମାଜିକ ତତ୍ତ୍ୱଙ୍କୁ କଡା ଚେତାବନୀ ଦିଆଯାଇଛି । ଏହାଛଡା ଆଗାମୀ ସମୟରେ ଗଣ୍ଡଗୋଳ ଆଶଙ୍କା କରି ଗୌତମବୁଦ୍ଧ ନଗରରେ ୧୪୪ ଧାରା ଜାରି କରାଯାଇଛି । ସହରାନପୁରରେ ମଧ୍ୟ ଗଣ୍ଡଗୋଳରେ ଜଡିତ ଥିବା ତଥା ଲୋକମାନଙ୍କୁ ଉସୁକାଇବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.