ଦେଶ ବିଦେଶ

ଅଗ୍ନିପଥ ସ୍କିମ୍‌କୁ ତୀବ୍ର ବିରୋଧ: ରାସ୍ତାକୁ ଓହ୍ଲାଇଲେ ଛାତ୍ର, ଟ୍ରେନ୍‌ରେ ଲଗାଇଲେ ନିଆଁ

ବିହାର: ସେନାରେ ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିବା ଅଗ୍ନିପଥ ସ୍କିମ୍‌କୁ ନେଇ ବିରୋଧ ତୀବ୍ର ହେଉଛି। ଅଗ୍ନିପଥ ଯୋଜନାକୁ ନେଇ ବିରୋଧର ସ୍ୱର ଧୀରେ ଧୀରେ ହିଂସାର ରୂପ ନେଇଛି। ବିହାରର ବିଭିନ୍ନ ସ୍ଥାନରେ ସେନା ନିଯୁକ୍ତି ଆଶାୟୀ ଲଙ୍କାକାଣ୍ଡ କରିଛନ୍ତି। ବିହାରର ଛାପ୍ରାରେ ଶହ ଶହ ଆନ୍ଦୋଳନକାରୀ ଟ୍ରେନକୁ ଟାର୍ଗେଟ କରିଛନ୍ତି। ଛାପ୍ରା ଜଙ୍କସନ ନିକଟରେ ବିକ୍ଷୋଭକାରୀ ଏକ ପାସେଞ୍ଜର ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି। ଏଥିସହ ବ୍ୟାପକ ଭଙ୍ଗାରୁଜା ବି କରିଛନ୍ତି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଫାଙ୍କା ଗୁଳି ଚାଳନା କରିଥିଲା।

ସେହିପରି ଜେହନାବାଦ ରେଲୱେ ଷ୍ଟେସନ ନିକଟରେ ମଧ୍ୟ ଆନ୍ଦୋଳନକାରୀ ପୋଲିସ ଉପରକୁ ଟେକାପଥର ମାଡ଼ କରିଛନ୍ତି। ଆରା ଷ୍ଟେସନ ନିକଟରେ ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ ମାଡ଼ କରିଛି ପୋଲିସ।

ତେବେ ପ୍ରଦର୍ଶନ କରୁଥିବା ଯୁବକଙ୍କ କହିବାନୁସାରେ, ଆମେ ହତାଶ ଯେ ଆମର ଫିଜିକାଲ କ୍ଲିୟର ହେବା ପରେ ମଧ୍ୟ ୨ ବର୍ଷ ପାଇଁ ସେନାରେ ନିଯୁକ୍ତି ମିଳୁନାହିଁ। କିନ୍ତୁ ଏବେ ସରକାର ନୂଆ ସ୍କିମ୍‌ ଆଣୁଛନ୍ତି, ଯାହା ଆମ ପାଇଁ ଅନ୍ୟାୟ। ଏଣୁ ଆମେ ଏହାକୁ ବିରୋଧ କରୁଛୁ।

ଅଗ୍ନିପଥ ଯୋଜନା କ’ଣ:

ଯୁବବର୍ଗଙ୍କୁ ତିନି ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି। ନୂଆ ଜୋଶ ଓ ଜଜ୍‌ୱା ସହ ସେନା ନୂଆ ରୂପ ପାଇବ। ଅଗ୍ନିବୀର ନିଯୁକ୍ତି ହେବ। ଏହି ଯୋଜନାକୁ ଓ୍ଵିନ୍‌, ଓ୍ଵିନ୍‌, ଓ୍ଵିନ୍‌ ବା ଟ୍ରିପଲ୍‌ ଓ୍ଵିନ୍‌ ବୋଲି ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଏୟାର ମାର୍ଶାଲ ଡି. କେ. ପଟ୍ଟନାୟକ କହିଥିଲେ।

ତେବେ ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ଚାକିରି ଅବଧି ୪ ବର୍ଷ ରହିବ। ଚଳିତ ବର୍ଷ ୪୬ ହଜାର ଅଗ୍ନିବୀର ନିଯୁକ୍ତି ପାଇବେ। ୯୦ଦିନ ମଧ୍ୟରେ ଆରମ୍ଭ ହେବ ନିଯୁକ୍ତି ରାଲି। ଆବେଦନ କାରୀଙ୍କ ବୟସ ସୀମା ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ବୟସ ରହିଛି। ଅଗ୍ନିବୀରମାନଙ୍କୁ ମାସିକ ୩୦ ହଜାରରୁ ୪୦ ଟଙ୍କାର ବେତନ ମିଳିବ। ୪ ବର୍ଷ ଚାକିରି ପରେ ୨୫ ପ୍ରତିଶତ ଯୋଗ୍ୟ ଓ ନିପୁଣ ଅଗ୍ନିବୀରଙ୍କୁ ସେନାରେ ପୁଣି ୧୫ବର୍ଷ ନିଯୁକ୍ତି ସୁଯୋଗ ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Also Read: ୧୦୦ ମାରିଲେ ଏଟିଏମ୍‌ରୁ ବାହାରୁଛି ୫୦୦ ଟଙ୍କା, ୫ ଗୁଣା ଅଧିକ ପଇସା ନେବାକୁ ଲାଗିଲା ଲୋକଙ୍କ ଭିଡ଼

WCW 11

Recent Posts

ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ୬ ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଖରାପ ହୋଇଛି । ଏଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅତିକମରେ…

25 mins ago

ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର…

44 mins ago

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

1 hour ago

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ…

1 hour ago

ଆଗକୁ ବଢୁନି ମୌସୁମୀ, ଗରମ ଗୁଳିଗୁଳିରେ କଟିବ ରଜ

ଭୁବନେଶ୍ୱର (କେନ୍ୟୁଜ); ଆଗକୁ ବଢୁନି ମୌସୁମୀ । ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ ।  ତଥାପି…

2 hours ago

ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା, ୩ ଅଟକ

କାମାକ୍ଷାନଗର (କେନ୍ୟୁଜ): ଯୁବକଙ୍କୁ ପିଟି ପିଟି ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ…

2 hours ago