ଦେଶ ବିଦେଶ

ଡ୍ରାଇଭରଙ୍କୁ ନିଦ; ଆଗ୍ରା ଏକ୍ସପ୍ରେସ-ୱେରେ ଓଲଟିଲା ସ୍ଲିପର ବସ୍‌, ଇସ୍ରାଏଲ୍‌ ମହିଳାଙ୍କ ସମେତ ୩୪ ଆହତ

ଆଗ୍ରା ଏକ୍ସପ୍ରେସ-ୱେରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ବନାରସ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଡିଭାଇଡରକୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା। ବସ୍‌ରେ ଥିବା ୩୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କ ମଧ୍ୟରେ ଇସ୍ରାଏଲର ୨୩ ବର୍ଷୀୟା ଜଣେ ମହିଳା ମଧ୍ୟ ଅଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ-ୱେରେ ଦିଲ୍ଲୀରୁ ବନାରସ ଯାଉଥିବା ଏହି ବସ୍‌ ବିଳମ୍ବିତ ରାତି ପ୍ରାୟ ୧ଟାରେ ଫତେହାବାଦ ନିକଟ ମାଇଲ ଷ୍ଟୋନ ୨୦ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସଟି ଦ୍ରୁତ ଗତିରେ ଥିଲା। କୁହାଯାଉଛି ଯେ ଡ୍ରାଇଭର ଘୁମେଇ ପଡ଼ିବାରୁ ବସ୍‌ ଅନିୟନ୍ତ୍ରିତ ହୋଇ ଡିଭାଇଡର ଉପରକୁ ଚଢ଼ିଯାଇଥିଲା। ଏହାପରେ ବସ୍‌ଟି ଆଗକୁ ଯାଇ ଓଲଟି ପଡିଥିଲା।

ରାତି ହୋଇଥିବାରୁ ସମସ୍ତ ଯାତ୍ରୀ ଶୋଇଥିଲେ। ଏହି ସମୟରେ ହଠାତ୍ ବଡ଼ ଝଟ୍‌କା ଲାଗିଥିଲା ଏବଂ ଯାତ୍ରୀମାନେ ପରସ୍ପର ଉପରେ ପଡ଼ିଥିଲେ। ବସ୍‌ ଭିତରେ ସମସ୍ତେ ଚିତ୍କାର କରୁଥିଲେ। ଘନ ଅନ୍ଧକାର ହେତୁ କେହି କିଛି ଦେଖିପାରୁ ନ ଥିଲେ। କିଛି ଯାତ୍ରୀ ବସରୁ ଓହ୍ଲାଇ ସାହାଯ୍ୟ ପାଇଁ ଡାକ ପକାଇଥିଲେ, ହେଲେ କୌଣସି ସାହାଯ୍ୟ ମିଳି ନ ଥିଲା। ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା। କିଛି ସମୟ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସ ବସ୍‌ ଭିତରୁ କିଛି ଯାତ୍ରୀଙ୍କୁ ଟାଣି ବାହାର କରିଥିଲା। କିଛି ଯାତ୍ରୀ ଚେତାଶୂନ୍ୟ ହୋଇଯାଇଥିଲେ। ଆହତଙ୍କ ମଧ୍ୟରେ ଛୋଟ ପିଲାମାନେ ମଧ୍ୟ ଥିଲେ। ପୋଲିସ ଆମ୍ବୁଲାନ୍ସ ଡକାଇଥିଲା। ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା।

ଏ ସମ୍ପର୍କରେ ଆଗ୍ରା ପୋଲିସ କମିଶନର ପ୍ରୀତିନ୍ଦର ସିଂ କହିଛନ୍ତି ଯେ ଦୁର୍ଘଟଣା ପରେ ପୋଲିସ ଠିକ୍ ସମୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେଣୁ ଯାତ୍ରୀମାନଙ୍କୁ ଠିକ୍‌ ସମୟରେ ଡାକ୍ତରଖାନା ନିଆଯାଇ ପାରିଥିଲା। ଆମେ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛୁ। ସମସ୍ତ ଆହତଙ୍କ ଚିକିତ୍ସା କରାଯାଉଛି।

Roshni

Recent Posts

ସାମାନ୍ୟ ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କ’ଣ ରହିଛି ତୈଳ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

2 mins ago

ପୁଣି ଉପର ମୁହାଁ ହେଲା ସୁନା ଦର, ଜାଣନ୍ତୁ କେତେ ହେଲା ଦାମ୍

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

10 mins ago

ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ, ଜୁନ୍‌ ୧୪ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ୪ ଦିନ ପାଇଁ ହିଟୱେଭ ଜାରି ରହିବ । ଉପକୂଳବର୍ତ୍ତୀ…

18 mins ago

ବିଧାୟିକାରୁ ଉପମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପ୍ରଭାତୀ ପରିଡ଼ାଙ୍କ ରାଜନୈତିକ ଯାତ୍ରା ବିଷୟରେ

ଭୁବନେଶ୍ୱର (କେନ୍ୟୁଜ): ପ୍ରଥମ ଥର ବିଧାୟିକା । ରାଜ୍ୟରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା । ଦଳ…

32 mins ago

ଛଅ ଥର ବିଧାୟକ ପରେ ଏବେ ଉପମୁଖ୍ଯମନ୍ତ୍ରୀ, ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟର

ଭୁବନେଶ୍ୱର (କେନ୍ୟୁଜ): ବିଜେପି ସରକାରରେ ରହିବେ ଦୁଇ ଜଣ ଉପମୁଖ୍ଯମନ୍ତ୍ରୀ । ପାଟଣାଗଡ଼ ବିଧାୟକ କେଭି ସିଂଦେଓ ଓ ନିମାପଡ଼ା…

49 mins ago

ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି, ଅପରାହ୍ନ ୪ଟା ୪୫ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି ।  ନବବଧୂ ଭାବେ ସଜେଇ ହୋଇଛି ।  ଆଜି ଅପରାହ୍ଣ…

1 hour ago