ଖାକି ପୋଷାକରେ ମଣିଷପଣିଆ ଦେଖାଇଲା ପୋଲିସ, ଅନ୍ତିମ ସଂସ୍କାର ପରେ ବ୍ରାହ୍ମଣଙ୍କୁ ଦେଲା ଭୋଜ୍ୟ, ଜାଣନ୍ତୁ ପୂରା ଘଟଣା

ଖାକି ପୋଷାକରେ ପୋଲିସ ଏମିତି ମଣିଷପଣିଆ ଦେଖାଇଛି, ଯାହାକି ଏକ ଉଦାହରଣ କହିଲେ ଭୁଲ୍‌ ହେବ ନାହିଁ। ଘଟଣାଟି ହେଉଛି ଆଗ୍ରାର। ଖବର ମୁତାବକ, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଶବ ନେବା ପାଇଁ କେହି ଆତ୍ମୀୟସ୍ୱଜନ ନ ଆସିବାରୁ ଆଗ୍ରା ପୋଲିସ ସମ୍ପୂର୍ଣ୍ଣ ରୀତିନୀତିରେ ସଂସ୍କାର କରିଛି ମୃତଦେହ। ଖାକି ପୋଷାକରେ ଦେଇଛି ମୁଖାଗ୍ନି। ଏହାପରେ ହୋମଯଜ୍ଞ ଆୟୋଜନ କରି ବ୍ରାହ୍ମଣମାନଙ୍କୁ ଭୋଜ୍ୟ ପ୍ରଦାନ କରିଛି। କେବଳ ଏତିକି ନୁହେଁ, ଥାନାରେ ହିଁ ତ୍ରିୟୋଦଶୀ ସଂସ୍କାର ବିଧାନ କାଯ୍ୟର୍କ୍ରମ କରାଇଛି।

34

କ’ଣ ରହିଛି ପୂରା ଘଟଣା

ଏହି ମାମଲା ହେଉଛି ଆଗ୍ରା ଏତ୍‌ମାଦୌଲା ଥାନାର। ୨୧ ଡିସେମ୍ବରରେ ଯମୁନା ବ୍ରିଜ୍‌ ଷ୍ଟେଶନ ରୋଡ୍‌ରେ ଜଣେ ମାନସିକ ବିକୃତ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏପରି କି, ଅଭିଯୁକ୍ତ ଯୁବତୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ମଧ୍ୟ ମାରିଥିଲେ। ଏହାର ଦୁଇଦିନ ପରେ ପୀଡ଼ିତା ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ୩ ଦିନ ବିତିଯିବା ପରେ ବି କେହି ଦାବିଦାର ନ ଆସିବାରୁ ପୋଲିସ ମୃତ ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରାଇଥିଲା। ଯେତେବେଳେ ଶବ ନେବାକୁ କେହି ଆସି ନ ଥିଲେ, ସେତେବେଳେ ପୋଲିସ ନିଜେ ହିଁ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲା।

ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଜେଲ୍‌ ପଠାଇ ଦେଇଛି। ତେବେ ଯୁବତୀଙ୍କ ମୃତଦେହକୁ ପୋଲିସ ନିଜ ଗାଡ଼ିରେ ନେଇକି ଆସିଥିଲା। ଅନ୍ତିମ ସଂସ୍କାରରେ ଥାନାର ପୋଲିସ କର୍ମଚାରୀ ଏବଂ ଏକ ଏନ୍‌ଜିଓର ଅଧିକାରୀ ଓ ସଦସ୍ୟମାନେ ସାମିଲ ହୋଇଥିଲେ।

11

ବ୍ରାହ୍ମଣ ଭୋଜନ ଆୟୋଜନ କରାଯାଇଥିଲା

ଶବ ସତ୍କାର ପରେ ହୋମଯଜ୍ଞ କରାଯାଇଥିଲା। ଏହାପରେ ବ୍ରାହ୍ମଣମାନଙ୍କୁ ଭୋଜନ ଦିଆଯାଇଥିଲା। ବ୍ରାହ୍ମଣ ଭୋଜନରେ ପୋଲିସ କର୍ମୀମାନେ ମଧ୍ୟ ବସିଥିବାର ନଜର ଆସିଥିଲେ। ଥାନା ଅଧିକାରୀ ଉଦୟବୀର ସିଂ ମଲିକଙ୍କ କହିଥିଲେ, ‘ଅଜଣା ଯୁବତୀଙ୍କ ଶବ ନେବାକୁ କେହି ଆସି ନ ଥିଲେ। ତେଣୁ ଆମେ ନିଜେ ହିଁ ଯୁବତୀଙ୍କ ସଂସ୍କାର କରିଥିଲୁ’। ସେପଟେ ଥାନାକୁ ଅଭିଯୋଗ ଆଣି ଆସିଥିବା କିଛି ଲୋକ ପୋଲିସର ଏଭଳି ମହତ କାମ ଦେଖି ଖୁବ୍‌ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.