ମରିଯିବି କହି ପାର୍ଟନରଙ୍କୁ ଧମକାଉଥିଲେ, ହେଲେ ସତସତିକା ଘଟିଗଲା ଅଘଟଣ
ଲିଭ-ଇନ୍ ପାର୍ଟନରଙ୍କୁ ଡରାଇବା ପାଇଁ ଟ୍ରେନ୍ ଲାଇନ୍କୁ ଡେଇଁ ପଡିଲେ ମହିଳା। ତାପରେ ଚଢ଼ିଗଲା ଚଳନ୍ତା ଟ୍ରେନ୍।

ପାର୍ଟନରଙ୍କୁ ଡରାଉଥିଲେ । ମରିଯିବି ମରିଯିବି ହେଲେ ଡରେଇବା ଧମକାଇବା କଥା ହୋଇଗଲା କିନ୍ତୁ ସତ । ଯୁବକ ଯୁବତୀଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା। ଝଗଡା ଲାଗି ଲାଗି ପହଁଚିଲେ ରେଳ ଷ୍ଟେସନରେ । ଏହାପରେ ଲିଭ-ଇନ୍ ପାର୍ଟନରଙ୍କୁ ଡରାଇବା ପାଇଁ ଟ୍ରେନ୍ ଲାଇନ୍କୁ ଡେଇଁ ପଡିଲେ ମହିଳା। ତାପରେ ଚଢ଼ିଗଲା ଚଳନ୍ତା ଟ୍ରେନ୍। ଉତ୍ତରପ୍ରଦେଶର ଆଗ୍ରା ରାଜା ମଣ୍ଡି ରେଳ ଷ୍ଟେସନର ୧ ନମ୍ବର ପ୍ଲାଟ୍ଫର୍ମରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ଯୁବକର ଆଖି ସାମ୍ନାରେ ହିଁ ଚାଲିଗଲେ ଯୁବତୀ । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ସୂଚନା ମୁତାବକ ଟ୍ରେନ୍ ଲାଇନକୁ ଡେଇଁଥିବା ମହିଳା ଜଣକ ହେଲେ ୩୮ ବର୍ଷୀୟ ରାଣୀ। ସୋମବାର ବିଳମ୍ବିତ ରାତିରେ ରାଣୀ ଓ ତାଙ୍କ ଲିଭ-ଇନ୍ ପାର୍ଟନର କିଶୋରଙ୍କ ମଧ୍ୟରେ ଭୟଙ୍କର ଝଗଡା ହୋଇଥିଲା। ଏହାପରେ ସେ କିଶୋରଙ୍କୁ ଡରାଇବା ପାଇଁ କଥିତ ରୂପେ ରେଲଓ୍ୱେ ଟ୍ରାକ୍କୁ ଡେଇଁ ପଡିଥିଲେ। ହେଲେ ତାପରେ ଘଟିଗଲା ବଡ ଅଘଟଣ ।
ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା ଲିଭ-ଇନ୍ ପାର୍ଟନରଙ୍କ ମଦ୍ୟପାନ ଅଭ୍ୟାସକୁ ନେଇ । ଝଗଡ଼ା ହେବା ପରେ ଯୁବତୀ ତାଙ୍କୁ ନିଜ ଜୀବନ ହାରିଦେବାକୁ ଧମକ ଦେଇଥିଲେ। ଏହାପରେ ଯୁବକଙ୍କ ସାମ୍ନାରେ ହିଁ ରେଳ ଧାରଣାକୁ ଡେଇଁ ପଡିଥିଲେ। ହେଲେ ଡରାଇବା ପାଇଁ ଯୁବତୀ ଡେଇଁ ତ ପଡିଲେ ହେଲେ ତାପରେ ଟ୍ରେନ୍ ଆସୁଥିବାର ଦେଖି ପ୍ଲାଟଫର୍ମ ଉପରକୁ ଆସିବାକୁ ଚେଷ୍ଟା ବି କରୁଥିଲେ । କିନ୍ତୁ ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଏକ୍ସପ୍ରେସ୍ ଟ୍ରେନ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ସେ ପ୍ଲାଟଫର୍ମ ଓ ଟ୍ରେନ୍ ମଝିରେ ଫଶି ଯାଇଥିଲେ।
ପ୍ରେମିକା ଉପରେ ଆଖି ସାମ୍ନାରେ ଟ୍ରେନ ମାଡ଼ିଯିବା ଦେଖି ଯୁବକ ଜଣକ କ’ଣ କରିବେ ପ୍ରଥମେ କିଛି ବୁଝି ପାରି ନଥିଲେ। ବିଚଳିତ ହୋଇ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଯୁତବୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ସବୁକିଛି ସରିଯାଇଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀଙ୍କର ମୃତ୍ୟୁ ହୋଇଗଲା । ରାଣୀଙ୍କ ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ତେବେ କହିରଖିବାକୁ ଚାହିଁବୁ ଯେ ଦେଢ଼ ବର୍ଷ ହେବ ରାଣୀ ଏବଂ କିଶୋର ଲୋହାମଣ୍ଡି ଅଞ୍ଚଳରେ ଥିବା ବରଫ ଗଳିରେ ଏକାଠି ଲିଭ-ଇନରେ ରହୁଥିଲେ। କିଶୋର ଚାଉମିନ୍ ବିକ୍ରି କରନ୍ତି। ଏଥିରେ ରାଣୀ ତାଙ୍କୁ ସହାୟତା କରୁଥିଲେ। କିନ୍ତୁ ମଦ୍ୟପାନକୁ ନେଇ ଲାଗିରହୁଥିଲା ଉଭୟଙ୍କ ମଧ୍ୟରେ ଝଗଡା । ଯାହାର ପରିଣତି ଏବେ କରୁଣ ରୂପ ନେଇଗଲା ।
आगरा :-
लाइव सुसाइड के प्रयास का वीडियो
ट्रेन से कटते हुए लाइव सीसीटीवी फुटेज आया सामने,प्रेमिका को कटते हुए देखता रहा प्रेमी, बचाने की नहीं की कोशिश
आरपीएफ टीम ने गंभीर हालत में महिला को अस्पताल भेजा
लोहामंडी राजा मंडी रेलवे स्टेशन प्लेटफार्म नंबर 1 का मामला.#Agra pic.twitter.com/cT901fIPeg
— सौराष्ट्र जीत सिंह (@Saurastra57) May 27, 2024