ଛାତ୍ରମାନେ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ବାଇକ ଯେଉଁଥିରେ ରହିଛି ବ୍ୟାକ ଗିୟର ଏବଂ ବିନା ପେଟ୍ରୋଲରେ ଚାଲୁଛି ସ୍ପିଡ଼

ଆଗ୍ରାର ଦୟାଲବାଗ ଶିକ୍ଷଣ ସଂସ୍ଥାନ(DEI)ରେ ଗତକାଲି କୋ ଫାଉଣ୍ଡର୍ସ ଡେର ଆୟୋଜନ କରାଯାଇଥିଲା । ଏଥିରେ ସଂସ୍ଥାନର ଚାରି ହଜାର ବିଦ୍ୟାର୍ଥୀ ଭାଗ ନେଇଥିଲେ ଓ ୪୫୦ଟି ମଡେଲ ପ୍ରଦର୍ଶିତ କରିଥିଲେ । ତେବେ ଏଥିରେ ଭୋକେସନଲ ଅଟୋମୋବାଇଲର ଛାତ୍ରମାନେ ପ୍ରସ୍ତୁତ କରିଥିବା ଏକ ବାଇକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

इलेक्ट्रिक बाइक का इंजन

 

ଛାତ୍ରଙ୍କ କହିବା ଅନୁଯାୟୀ ପୁରୁଣା ବାଇକକୁ ମୋଡ଼ିଫାଏ କରି ଇଲେକ୍ଟ୍ରୋନିକ ବାଇକ ବନାଇବାରେ ସମୁଦାୟ ୪୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ବାଇକରେ ୪୮ ଭୋଲ୍ଟର ବ୍ୟାଟେରୀ ଲଗାଯାଇଛି । ସମ୍ପୂର୍ଣ୍ଣ ଚାର୍ଜ କଲେ ଏହା ୩୨ କିଲୋମିଟର ପର୍ଯ୍ୟନ୍ତ ଚାଲିପାରେ ଯାହାର ଘଂଟାପ୍ରତି ବେଗ ୨୮ରୁ ୩୦ କିଲୋମିଟର ରହିବ । ଏହି ବାଇକରେ ସମୁଦାୟ ୪ଟି ଗିୟର ଦିଆଯାଇଛି ଯେଉଁଥିରେ ବ୍ୟାକ ଗିୟର ମଧ୍ୟ ରହିଛି । ଏହାଦ୍ୱାରା ଗାଡି ପଛକୁ ମଧ୍ୟ ଚାଲିପାରିବ ।

प्रदर्शनी में छात्र

କୋଅର୍ଡିନେଟ ପ୍ରଫେସରଙ୍କ କହିବା ଅନୁଯାୟୀ ଏହି ପ୍ରଦର୍ଶନୀରେ ସାରା ଦେଶରୁ ଆସିଥିବା ଲୋକଙ୍କ ଷ୍ଟଲ ଲଗାଯାଇଥିଲା ଯେଉଁଥିରେ ହସ୍ତାନିର୍ମିତ ବସ୍ତୁ ଗୁଡିକର ବିକ୍ରି କରାଯାଇଥିଲା । ତେବେ ସଂସ୍ଥାନର ଅଟୋମୋବାଇଲ ଛାତ୍ରମାନେ କମ୍ପ୍ରେସଡ ଏୟାର ଇଂଜିନ ମଧ୍ୟ ପ୍ରସ୍ତୁତ କରିଥିଲେ । ଛାତ୍ରମାନଙ୍କ କହିବା ଅନୁଯାୟୀ ପେଟ୍ରୋଲ ଡିଜେଲ ବିନା ପବନ ଦ୍ୱାରା ମଧ୍ୟ ଗାଡି ଚଳାଯାଇ ପାରିବ । ଏୟାର ଫ୍ରେସନର, କଣ୍ଟେନର ଏବଂ ସିଲିଣ୍ଡର ଉଇଥ ପିଷ୍ଟନ ସାହାଯ୍ୟରେ ମଡେଲ ପ୍ରସ୍ତୁତ କରାଯାଇ ଗାଡି ଚଳାଇ ମଧ୍ୟ ଦେଖାଇ ଦିଆଯାଇଥିଲା । ତେବେ ଜଣେ ଛାତ୍ରଙ୍କ କହିବା ଅନୁଯାୟୀ ଏହି ମଡେଲରେ ମାନୁଆଲ କମ୍ପ୍ରେସରର ବ୍ୟବହାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.