ସ୍ତ୍ରୀ କୁ ଖୁସିରେ ରଖିବା ପାଇଁ ତାଙ୍କ ଦୁଇଜଣ ସ୍ୱାମୀ କଲେ ଆପୋଷ ବୁଝାମଣା, ଦୁହେଁ ମିଶି ନେଲେ ଏଭଳି ନିଷ୍ପତ୍ତି

ପାକିସ୍ତାନର ଲାହୋରରେ ଜଣେ ମହିଳାଙ୍କ ଦୁଇଜଣ ପତିଙ୍କ ମଧ୍ୟରେ ଏପରି ଏକ ବୁଝାମଣା ହୋଇଛି ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାକାର ରୟାବିନ୍ଦ ଅଂଚଳରେ ରହୁଥିବା ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଙ୍କ ପୂର୍ବତନ ପତିଙ୍କ ପାଖରେ ଛାଡି ଦେଇଛନ୍ତି । ଯାହାଦ୍ୱାରା ସେ ନିଜ ପିଲାମାନଙ୍କର ଠିକଭାବେ ଲାଳନପାଳନ କରିପାରିବେ । ତେବେ ବ୍ୟକ୍ତି ଜଣଙ୍କ ଏହି ସମ୍ବନ୍ଧରେ ନିଜର ଲିଖିତ ରାୟ ମଧ୍ୟ ପ୍ରଦାନ କରିଛନ୍ତି ।

ତେବେ ଏହି ବୁଝାମଣାରେ ବର୍ତ୍ତମାନର ସ୍ୱାମୀ ଲେଖିଛନ୍ତି ‘ମୋ ପତ୍ନୀ ରବୀନା ବିବିଙ୍କର ତାଙ୍କ ପୂର୍ବପତିଙ୍କ ଠାରୁ ୪ଟି ପିଲା ଅଛନ୍ତି । ସେ ସର୍ବଦା ତାଙ୍କ ପିଲାମାନଙ୍କ ଲାଳନ ପାଳନକୁ ନେଇ ଚିନ୍ତିତ ରହୁଛନ୍ତି । ସେଥିପାଇଁ ତାଙ୍କ ସହମତି ଦ୍ୱାରା ମୁଁ ତାଙ୍କୁ ତାଙ୍କ ପୂର୍ବପତିଙ୍କ ସହ ରହିବା ପାଇଁ ଅନୁମତି ଦେଉଛି’ । ତେବେ ସେ କହିଛନ୍ତି ଯେ ତାଙ୍କ ପତ୍ନୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି ସେଥିପାଇଁ ସେ କୌଣସି ସମୟରେ ବି ଯାଇ ତାଙ୍କ ପତ୍ନୀଙ୍କୁ ସାକ୍ଷାତ କରିପାରିବେ । ଏକବର୍ଷ ପରେ ସେ ତାଙ୍କର ପିଲାକୁ ନେଇଯାଇପାରିବେ ଆଉ ସେତେଦିନ ପର୍ଯ୍ୟନ୍ତ ରବିନା ତାଙ୍କ ପୂର୍ବପତିଙ୍କ ନିକଟରେ ରହିପାରିବେ ।

मौजूदा पति ने बताया- उसकी पत्नी इस समय भी गर्भवती है।

ତେବେ ମହିଳାଙ୍କ ପୂର୍ବପତି ମଧ୍ୟ ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ‘ମୁଁ ରବିନା ବିବି ଓ ତାଙ୍କ ପିଲାର ସମ୍ପୂର୍ଣ୍ଣ ଯତ୍ନ ନେବି ଓ ତାଙ୍କୁ ଯେତେ ସମ୍ଭବ ଖୁସି ରେ ରଖିବା ପାଇଁ ଚେଷ୍ଟାକରିବି । ସୂଚନା ଅନୁଯାୟୀ ଏଭଳି ଘଟଣା ବହୁତ କ୍ଵଚିତ ଦେଖିବାକୁ ମିଳେ ଯେଉଁଠି ଦୁଇଜଣ ସ୍ୱାମୀ ମିଶି ଆପୋଷ ବୁଝାମଣା କରି ନିଜ ସ୍ତ୍ରୀକୁ ଖୁସିରେ ରଖିବା ପାଇଁ ଦସ୍ତଖତ କରନ୍ତି । ଏହି ବୁଝାମଣା ପରେ ତାଙ୍କର ବର୍ତ୍ତମାନର ପତି କହିଛନ୍ତି ଯେ ମୁଁ ଏହି ବୁଝାମଣା କେବଳ ଏଥିପାଇଁ କରିଛି କାରଣ ମୁଁ ଚାଁହୁଛି ମୋ ସ୍ତ୍ରୀ ଖୁସିରେ ରହୁ । ତାଙ୍କୁ ମୁଁ କେବେ ଚିନ୍ତାରେ ଦେଖିପାରିବି ନାହିଁ ।

Leave A Reply

Your email address will not be published.