ସ୍କୁଲରେ କୁନି ଝିଅକୁ ହଠାତ ଆସିଲା ହୃଦଘାତ, ଘଟଣାର ତଦନ୍ତ କରୁଛି ପୋଲିସ

ଗଜୁରାଟ ଅହମ୍ମଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି ।  ସ୍କୁଲରେ ଥିବା ସମୟରେ ହଠାତ ହୋଇଛି କୁନିଝିଅଟିକୁ ହୃଦଘାତ । ଏହି ଖବର ହୃଦୟକୁ ଦୋହାଲାଇ ଦେଇଛି । କୁନିଝିଅଟିର ନିଶ୍ୱାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିଲା, ଯେଉଁଥିପାଇଁ ଶିକ୍ଷକ ମାନେ ତାଙ୍କୁ କାର୍ଡିଓପୁଲମୋନାରୀ ରିସ୍ୟୁସିଟେସନ୍ (ସିପିଆର) ଦେଇଥିଲେ । ବିଳମ୍ବ ନକରି ଶିଶୁଟିକୁ ଶିକ୍ଷକଙ୍କ କାରରେ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ।

ସୂଚନାଅନୁସାରେ ସ୍କୁଲରେ ହଠାତ ଅସୁସ୍ଥ ଅନୁଭବ କରିଥିଲା କୁନିଝିଅ ଗାର୍ଗୀ । ତାକୁ ନିଶ୍ୱାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଥିଲା । କିଛି ସମୟ ପରେ ଗାର୍ଗୀ ବେହୋସ ହୋଇଯାଇଥିଲା ଗାର୍ଗୀଙ୍କ ଅସୁସ୍ଥତା ଦେଖି ସ୍କୁଲ ଶିକ୍ଷକ ସଙ୍ଗେସଙ୍ଗେ ନିକଟରେ ଥିବା ହସ୍ପିଟାଲକୁ ନେଇଯାଇଥିଲେ ।

୮ ବର୍ଷର ଶିଶୁକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହସ୍ପିଟାଲରେ ଡାକ୍ତର କହିଥିଲେ କି କୁନି ଝିଅଟିର ହୃଦଘାତ ହୋଇଛି । ଏହି ଖବର ଶୁଣିଲା ପରେ ସ୍କୁଲ କର୍ତ୍ତୃପକ୍ଷ ଭାଙ୍ଗି ପଡ଼ିଥିଲେ । ଏହି ଘଟଣା ଥାଲଟେଜ୍ ଅଞ୍ଚଳରେ ରହିଥିବା ‘ଜେବର ସ୍କୁଲ୍ ଫର୍ ଶିଶୁ’ ବିଦ୍ୟାଳୟ ହୋଇଛି । ନାବାଳିକାଙ୍କ ମୃତ୍ୟୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାର ତଦନ୍ତ ଚାଲିଛି ବୋଲି ସେକ୍ଟର ୧ ପୋଲିସ କମିଶନର ନୀରଜ ବାଦଗୁଜର କହିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ମୃତଦେହ ପୋଷ୍ଟମର୍ଟମ ପାଇଁ ନିଆଯାଇଛି ।