ଦେଶ ବିଦେଶ

ଆକ୍ସିଡେଣ୍ଟ ଦେଖୁଥିଲେ କିନ୍ତୁ ନିଜେ ହୋଇଗଲେ ଦୁର୍ଘଟଣାର ଶିକାର, ଘଟଣାସ୍ଥଳରେ ଚାଲିଗଲା ୯ ଜୀବନ

ମୃତ୍ୟୁ ଏମିତି ବି ଛକିଥାଏ। ମୃତ୍ୟୁ କେବେ କାହାକୁ ବି କହିକି ଆସେନି । ଏଇ ଯେପରି ରାସ୍ତା ଉପରେ ଛିଡା ହୋଇ ଏକ ଦୁର୍ଘଟଣା ଦେଖୁଥିଲେ । କିନ୍ତୁ ସେହି ଦୁର୍ଘଟଣା ଦେଖୁ ଦେଖୁ ନିଜେ ହୋଇଗଲେ ଦୁର୍ଘଟଣାର ଶିକାର । ଯାହା ସାରା ଭାରତ ବର୍ଷରେ ଚହଳ ସୃଷ୍ଟି କରି ଦେଇଛି । କାରଣ ସେମିତି ହିଁ ରହିଥିଲା ଏହି ଛାତିଥରା ଦୁର୍ଘଟଣା । ସଡ଼କ ଦୁର୍ଘଟଣା ଦେଖୁଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଜାଗୁଆର୍ କାର୍ ।

ଗତକାଲି ବିଳମ୍ବିତ ରାତିରେ ଇସ୍କନ ବ୍ରିଜ୍ ଉପରେ ଏକ କାର୍ ଓ ଡମ୍ପର ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାକୁ ଦେଖିବା ପାଇଁ ଭିଡ ଜମାଇଥିଲେ ଲୋକ । ଏତିକି ବେଳେ ୧୬୦ କିମି ବେଗରେ ଏକ ଜାଗୁଆର୍ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୩୦ ଫୁଟ ଦୂରକୁ ଛିଟିକି ପଡିଥିଲେ ଲୋକ ।ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ପୋଲିସ କନଷ୍ଟେବଳ ଏବଂ ହୋମଗାର୍ଡଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ୧୫ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ଯାହା ସୂଚନା ରହିଛି ଯେ ବିଳମ୍ବିତ ରାତିରେ ଗୁଜରାଟ ଅହମ୍ମଦାବାଦ ଇସ୍କନ ପୋଲ ଉପରେ ଏକ ଥର୍ ଗାଡ଼ି ଏବଂ ଡମ୍ପର ମଧ୍ୟରେ ଧକ୍କା ହୋଇଥିଲା । ଆକ୍ସିଡେଣ୍ଟରେ କାହାର କଣ ହୋଇଛି ଏହା ଦେଖିବା ପାଇଁ ପୋଲ ଉପରେ ଲୋକଙ୍କ ଭିଡ଼ ରହିଥିଲା । ଏହି ସମୟରେ ତୀବ୍ର ବେଗରେ ଏକ ଜାଗୁଆର କାର୍ କାଳ ସାଜି ଆସି ଲୋକଙ୍କ ଭିଡ଼ ଉପରେ ମାଡ଼ି ଚାଲି ଯାଇଥିଲା । ଏହି ସମୟରେ ଜାଗୁଆର୍ କାରର ଘଣ୍ଟାପ୍ରତି ବେଗ ଥିଲା ୧୬୦ କିଲୋମିଟର ।

ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ଓ ହୋମଗର୍ଡ ଥିବା ଜଣାପଡିଛି । ଇସ୍କନ ଫ୍ଲାଏଓଭରରେ ଥାର ଓ ଡମ୍ପର ଭିତରେ ଦୁର୍ଘଟଣା ଘଟିଥିଲା । ଯେଉଁଥିପାଇଁ ହୋମଗାର୍ଡ ଓ କନଷ୍ଟେବଳ ଦୁର୍ଘଟଣାସ୍ଥଳରେ ପହଂଚିଥିଲେ । ଏବଂ ଲୋକଙ୍କ ଭିଡ ମଧ୍ୟ ଜମିଥିଲା । ଆହତଙ୍କୁ ଡାକ୍ତରଖାନା ନେବାକୁ ପ୍ରସ୍ତୁତି ଚାଲିଥିବା ବେଳେ ଜାଗୁଆର ଗାଡି ଆସି ଲୋକଙ୍କ ଉପରେ ମାଡି ଯାଇଥିଲା । ଦୁଇ ଦୁଇଟି ବଡ଼ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଯାହାପରେ ସେଠାରେ ପୋଲିସ ମୁତୟନ ହୋଇଥିବା ବେଳେ ଇସ୍କନ ଫ୍ଲାଏଓଭରକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି ।

ଘଟଣାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

Pritiparna

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

22 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

30 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

45 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

51 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago