ଅହମଦାବାଦ ବିମାନ ଦୁର୍ଘଟଣା ତଦନ୍ତ ପାଇଁ କମିଟି ଗଠିତ, ୩ ମାସରେ ଆସିବ ରିପୋର୍ଟ

ଅହମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମଗ୍ର ଦେଶ ସ୍ତବ୍ଧ । ଗୁରୁବାର ଦିନ ଅହମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର ମାତ୍ର ୩୦ ସେକେଣ୍ଡରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଏପର୍ଯ୍ୟନ୍ତ ୨୭୦ରୁ ଅଧିକ ମ୍ତଦେହ ହସପିଟାଲରେ ରହିଛି । ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠିତ ହୋଇଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ କମିଟିର ଅଧ୍ୟକ୍ଷ ରହିଛନ୍ତି । ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଉଚ୍ଚସ୍ତରୀୟ କମିଟିକୁ ନିର୍ଦ୍ଦେଶ । ୨୭୦ରୁ ଅଧିକ ଲୋକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ସେମାନଙ୍କ ଚିହ୍ନଟ ପାଇଁ ଡିଏନଏ ନମୁନା ମଗାଯାଇଛି ।

ଏହି ଉଚ୍ଚସ୍ତରୀୟ କମିଟି ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦୁର୍ଘଟଣା ହେବାର କାରଣ ଯାଞ୍ଚ କରିବ । ଏହି କମିଟିର ଅଧ୍ୟକ୍ଷତା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ଭାରତ ସରକାର କରିବେ । ଏଥିରେ ସଚିବ, ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟ, ଭାରତ ସରକାର, ଅତିରିକ୍ତ ସଚିବ, ଗୃହ ମନ୍ତ୍ରଣାଳୟ, ରାଜ୍ୟ ଗୃହ ମନ୍ତ୍ରଣାଳୟ, ଗୁଜରାଟ ସରକାରଙ୍କ ପ୍ରତିନିଧି, ପୋଲିସ ଡିଜି ସମେତ ଅନେକ ଅଧିକାରୀ ରହିବେ । ଏହି କମିଟି ସାଇଟ ନିରୀକ୍ଷଣ କରିବା ସହିତ ୩ ମାସ ମଧ୍ୟରେ ରିପୋର୍ଟ ଦେବ ।

ସୂଚନାଯୋଗ୍ୟ, ଗୁରୁବାର ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI171 ଟେକ୍-ଅଫ୍ କରିବାର କିଛି ମିନିଟ ମଧ୍ୟରେ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଜନବସତି ଏବଂ ମେଡିକାଲ କଲେଜର ଛାତ ଉପରେ ପଡିଥିଲା । ଦୁର୍ଘଟଣାରେ ୨୬୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ସମଗ୍ର ଭାରତୀୟ ଦୁଃଖରେ ଭାଙ୍ଗିପଡିଛନ୍ତି ।  ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବୋଇଂ 787-8 ଡ୍ରିମଲାଇନର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ଟାଟା ଗ୍ରୁପ୍ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ।

ଅହମ୍ମଦାବାଦର ବିମାନ ଦୁର୍ଘଟଣା ସମୟରେ ଆଖପାଖ ଅଞ୍ଚଳର ତାପମାତ୍ରା ୧୦୦୦ ଡିଗ୍ରୀ ସେଲସିୟସ ବଢି ଯାଇଥିଲା । ଏପରିକି କି ଏହି ତାପମାତ୍ରାରୁ ପକ୍ଷୀ ଏବଂ କୁକୁର ମଧ୍ୟ ବର୍ତ୍ତିପାରି ନଥିଲେ । ବିମାନରେ ପ୍ରାୟ ୧ ଲକ୍ଷ ୨୫ ହଜାର ଲିଟର ଇନ୍ଧନ ଥିଲା । ଦୁର୍ଘଟଣା ସମୟରେ ବିମାନରେ ଥିବା ଟ୍ୟାଙ୍କି ଫାଟିଯାଇଥିଲା ।  ଫଳରେ ଆଖପାଖର ତାପମାତ୍ରା ବଢ଼ିବାରେ ଲାଗିଥିଲା । ୧୦୦୦ ଡିଗ୍ରୀ ସେଲସିୟସ ଛୁଇଁଥିଲା ତାପମାତ୍ରା ।

Also Read : ଅହମଦାବାଦ ବିମାନ ଦୁର୍ଘଟଣା : କ୍ରାସ ପରେ ୧୦୦୦ ଡିଗ୍ରୀ ହୋଇଯାଇଥିଲା ତାପମାତ୍ରା, ଯାତ୍ରୀଙ୍କ ସହିତ ତରଳିଯାଇଥିଲା…