ଦୀର୍ଘ ୧୯ ବର୍ଷ ପରେ AI ସାହାଯ୍ୟରେ କେମିତି ଗର୍ଭବତୀ ହେଲେ ମହିଳା, ଜାଣନ୍ତୁ ରହସ୍ୟ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI କଣ ପରିପାରେ ? ଏ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ବର୍ତ୍ତମାନ ଏଆଇ ସାହାଯ୍ୟରେ ମହିଳମାନେ ମାଆ ହୋଇ ପାରିବେ । ଏକଥା ନିଶ୍ଚୟ ବିଶ୍ବାସ ହେଉ ନଥିବ । ତେବେ ମହିଳାଙ୍କୁ ଗର୍ଭବତୀ କରିବା ଲାଗି AI ଦ୍ବାରା ନୂଆ କୌଶଳ ଆପଣାଇଛନ୍ତି ଡାକ୍ତର । ଦର୍ଶକ ବନ୍ଧୁ ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛି ସତ କିନ୍ତୁ ପ୍ରକୃତରେ ଏହା ଏକଦମ୍ ସତ, ଏଆଇ ସାହାଯ୍ୟରେ ଜଣେ ମହିଳା ଗର୍ଭବତୀ ହୋଇଛନ୍ତି । ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି କଲମ୍ବିଆରେ । ଆପଣ ଶୁଣିଥିବେ ବର୍ତ୍ତମାନ ଏଆଇ ସାହାଯ୍ୟରେ ସବୁକିଛି ସମ୍ଭବ ହୋଇ ପାରୁଥିବା କଥା । ତେବେ ମହିଳା ଏଆଇ ଦ୍ବାରା ମାଆ ହେବା ଖବର ଏହାର ଜ୍ୱଳନ୍ତ ଉଦାହରଣ । ଏଆଇ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଜଣେ ମହିଳା ୧୯ ବର୍ଷ ପରେ ଗର୍ଭବତୀ ହୋଇଛନ୍ତି । ପୂର୍ବରୁ ମହିଳା ଜଣକ ମା ହୋଇ ପାରୁ ନଥିବାରୁ ଅନେକ ପ୍ରକାର କୌଶଳ ଆପଣାଇଥିଲେ । ହେଲେ ସବୁ ଗୁଡ଼ିକ ବିଫଳ ହୋଇଥିଲା । ୧୫ଥର IVF କରିଥିଲେ ୧୯ ବର୍ଷ ଧରି ଅନେକ ଚିକିତ୍ସା ପରେ ମଧ୍ୟ, ଏହି ଦମ୍ପତି ପିତାମାତା ହୋଇ ପାରିଲେ ନାହିଁ । ତଥାପି, ତାଙ୍କ ମନୋବଳ ଭାଙ୍ଗି ନଥିଲା । ଅନେକ ଗବେଷଣା କରିବା ପରେ ଶୁଣିବାକୁ ମିଳୁଛି କି ଏବେ AI ସାହାଯ୍ୟରେ, ସେମାନେ ଅତିଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି । କଲମ୍ବିଆ ବିଶ୍ୱବିଦ୍ୟାଳୟର ଡାକ୍ତରମାନେ ଷ୍ଟାର ନାମକ ଏକ ନୂତନ AI ପ୍ରଯୁକ୍ତିବିଦ୍ୟାର ସାହାଯ୍ୟ ନେଇ ମହିଳାଙ୍କୁ ଗର୍ଭବତୀ କରିବାରେ ସାହାଯ୍ୟ କରିଥିଲେ ।
ସାରା ବିଶ୍ୱରେ ଏପରି ଅନେକ ଦମ୍ପତି ଅଛନ୍ତି, ଯେଉଁମାନେ ବର୍ତ୍ତମାନ ବାପା ମା ହେବାରୁ ବଞ୍ଚିତ ଅଛନ୍ତି । IVF, ସରୋଗେସି ଭଳି ଅନେକ କୌଶଳ ସତ୍ତ୍ୱେ, ସେମାନେ ବାପା ମା ହୋଇ ପାରୁ ନାହାନ୍ତି । ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ AI ସାହାଯ୍ୟରେ ଆପଣଙ୍କର ସ୍ୱପ୍ନ ସାକାର ହୋଇ ପାରିବ । କାରଣ ନିକଟରେ ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟର ଡାକ୍ତରମାନେ ଏକ ସ୍ୱତନ୍ତ୍ର AI କୌଶଳ ସହିତ ଏପରି ଏକ ଚମତ୍କାର କରି ପାରିଛନ୍ତି । ଯେଉଁଥିରେ ୧୯ ବର୍ଷ ଧରି ସନ୍ତାନ ପାଇଁ ଚେଷ୍ଟା କରୁଥିବା ଏକ ଦମ୍ପତି ବାପା ମା ହେବାକୁ ଯାଉଛନ୍ତି । … କଣ ଚମକି ଯାଉଛନ୍ତି କି ?
ତେବେ ଜାଣନ୍ତୁ ପୂରା ଘଟଣା କ’ଣ?
କଲମ୍ବିଆର ଏହି ଦମ୍ପତି ବାପା ମା ହେବା ପାଇଁ ସବୁ ପ୍ରକାର ଚିକିତ୍ସା ପଦ୍ଧତି ଆପଣାଇଥିଲେ କିନ୍ତୁ ପ୍ରତ୍ୟେକ ଥର ନିରାଶ ହେବାକୁ ପଡ଼ିଥିଲା । ସନ୍ତାନ ପାଇବାର ଇଚ୍ଛାରେ, ସେମାନେ ୧୫ ଥର IVF କରି ପ୍ରତ୍ୟେକ ଥର ବିଫଳ ହୋଇଥିଲେ । ତା’ପରେ ସେମାନେ ଏକ ନୂଆ ପଦ୍ଧତିକୁ ଆପଣାଇ ଥିଲେ । ଯେଉଁଥିରେ AI ପ୍ରଯୁକ୍ତିବିଦ୍ୟା ‘ଷ୍ଟାର’ ସାହାଯ୍ୟରେ ଶୁକ୍ରାଣୁ ଟ୍ରାକିଂ କରାଯାଇଥିଲା ଏବଂ ଏହାଦ୍ବାରା ମହିଳାଜଣକ ଗର୍ଭବତୀ ହୋଇଥିଲେ ।
ମହିଳାଙ୍କ ସ୍ୱାମୀଙ୍କର ଆଜୁସ୍ପର୍ମିଆ ରୋଗ ଥିବାରୁ ଏହି ଦମ୍ପତି ବାପା ମା ହୋଇ ପାରୁନଥିଲେ। ଆଜୁସ୍ପର୍ମିଆ ଏପରି ଏକ ରୋଗ ଯେଉଁଥିରେ ପୁରୁଷଙ୍କ ବୀର୍ଯ୍ୟରେ ଶୁକ୍ରାଣୁ ରହେ ନାହିଁ ।
AI ପ୍ରଯୁକ୍ତିବିଦ୍ୟା ଏବେ ଏହି ଅଭୁତ କାମ କରି ଦେଖାଇଛି ଯାହା ମଣିଷ କରି ପାରିନି । ପ୍ରକୃତରେ, ଷ୍ଟାର ପ୍ରଯୁକ୍ତିବିଦ୍ୟାରେ, ଗବେଷକମାନେ ଏମିତି ଏକ ମେସିନ୍ ଉଦ୍ଭାବନ କରିଛନ୍ତି, ଯେଉଁଥିରେ ଗୋଟିଏ ଘଣ୍ଟାରେ ୮୦ ଲକ୍ଷ ଫଟୋ ଉଠା ଯାଇପାରିବ । ଏହାଦ୍ୱାରା AI ଲୁଚି ରହିଥିବା ସବୁଠାରୁ ଛୋଟ ଶୁକ୍ରାଣୁକୁ ଖୋଜି ପାରିବ । ଏମାନଙ୍କ କ୍ଷେତ୍ରରେ AI ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ, ଡାକ୍ତରମାନେ ପୁରୁଷଙ୍କ ବୀର୍ଯ୍ୟରେ ଗୋଟିଏ ପରେ ଗୋଟିଏ କିଛି ସୁସ୍ଥ ଶୁକ୍ରାଣୁ ଖୋଜି ପାଇଥିଲେ । ଏହାପରେ ଶୁକ୍ରାଣୁ ମଧ୍ୟରୁ ଗୋଟିଏକୁ ଡିମ୍ବାଣୁରେ ପ୍ରବେଶ କରାଯାଇଥିଲା । ଆଉ ୧୯ ବର୍ଷର ଦୀର୍ଘ ଅପେକ୍ଷା ପରେ, ମହିଳା ଜଣକ ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥିଲେ। ତେବେ ମହିଳା ଜଣକ ପିଲା ଜନ୍ମ କରିବା ପରେ ଏଆଇ ଅସଲ କରାମତି ଜଣାପଡ଼ିବ । ଡରନ୍ତୁ ନାହିଁ, ଏଆଇ ଜରିଆରେ ମଣିଷ ଆଗକୁ ବଢ଼ିବ ସିନା କ୍ଷତିରେ ପଡ଼ିବ ନାହିଁ ।
Also Read: ଆମେରିକାରେ ଏମିତି କାମ କଲେ ଭାରତୀୟ ଝିଅ ଭାଇରାଲ ହୋଇଗଲା ଭିଡିଓ