ଗ୍ରାଜୁଏସନ୍ ପାସ୍ ପ୍ରାର୍ଥୀଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍, ମାସକୁ ମିଳିବ ୮୦୦୦ ଟଙ୍କା

ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର ଟେକ୍ନିକାଲ ଏଜୁକେସନ୍ (All India Council for Technical Education) (AICTE) ପକ୍ଷରୁ ଇଣ୍ଟର୍ଣ୍ଣସିପ୍ ଘୋଷଣା ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। AICTE ପକ୍ଷରୁ AICTE ବିଜନେସ୍ ଡେଭଲପ୍ମେଣ୍ଟ (ସେଲସ) ଇଣ୍ଟର୍ଣ୍ଣସିପ୍ ୨୦୨୨ (AICTE Business Development (Sales) Internship 2022) ପ୍ରଦାନ କରାଯାଉଛି। ଏଥିପାଇଁ ଚୟନିତ ପ୍ରାର୍ଥୀଙ୍କୁ AICTE ରେ ଇଣ୍ଟର୍ଣ୍ଣସିପ୍ କରିବା ସୁଯୋଗ ମିଳିବ। ଏହି ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ୧୨ ମାସ ଯାଏଁ ଚାଲିବ।
ବିଜ୍ନେସ୍ ଡେଭଲପ୍ମେଣ୍ଟରେ କ୍ୟାରିୟର କରିବାକୁ ଇଚ୍ଛୁକ ପ୍ରାର୍ଥୀ ଏଥି ପାଇଁ ଆବେଦନ କରିପାରିବେ। ଏହି ଇଣ୍ଟର୍ଣ୍ଣସିପ୍ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ଇଂରାଜୀ ଜ୍ଞାନ ଥିବା ଆବଶ୍ୟକ। ସେ ଇଂରାଜୀରେ ଭଲ ଭାବେ ଲେଖିବା ସହ କଥା କହିପାରୁଥିବା ଦରକାର। ସେହିପରି ପ୍ରାର୍ଥୀଙ୍କର ଭଲ କମ୍ୟୁନିକେସନ୍ ସ୍କିଲ୍ ମଧ୍ୟ ଥିବା ଆବଶ୍ୟକ। ଏଥିସହ ସେ ଲୋକଙ୍କ ସହ ଭଲରେ ଯୋଗାଯୋଗ କରିବା ସହ ସମସ୍ୟା ସମାଧାନ କରିପାରୁଥିବା ଦରକାର। ପ୍ରାର୍ଥୀଙ୍କର ଉପସ୍ଥାପନ ଓ ଅର୍ଗାନାଇଜେସନାଲ୍ ସ୍କିଲ ମଧ୍ୟ ଥିବା ଆବଶ୍ୟକ। ପ୍ରାର୍ଥୀ ଗ୍ରାହକଙ୍କୁ ସନ୍ତୁଷ୍ଟ କରିପାରୁଥିବା ଦରକାର।
ଏହି ଇଣ୍ଟର୍ଣ୍ଣସିପ୍ ପାଇଁ ପ୍ରାର୍ଥୀଙ୍କୁ ମାସିକ ୮୦୦୦ ଟଙ୍କା ଷ୍ଟାଇପେଣ୍ଡ୍ ଆକାରରେ ମିଳିବ। ଏଥିସହ କାମକୁ ଦେଖି ଦରମା ବଢ଼ି ବି ପାରେ। ଏହି ଇଣ୍ଟର୍ଣ୍ଣସିପ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଆବେଦନ କରିବାର ଶେଷ ତାରିଖ ରହିଛି ଜୁନ୍ ୩୦, ୨୦୨୨। ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ସଂସ୍ଥାର ନାମ:
ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର ଟେକ୍ନିକାଲ ଏଜୁକେସନ୍ (All India Council for Technical Education)
ଇଣ୍ଟର୍ଣ୍ଣସିପ୍ ନାମ:
AICTE Business Development (Sales) Internship 2022
ଯୋଗ୍ୟତା:
- ସ୍ନାତକ (Graduate)
- ଇଂରାଜୀ ଜ୍ଞାନ ଥିବା ଆବଶ୍ୟକ (Fluency in English)
- ଉନ୍ନତ କମ୍ୟୁନିକେସନ୍ ସ୍କିଲ୍ ଥିବା ଦରକାର (Excellent Communication)
- ଭଲରେ ଯୋଗାଯୋଗ କରିପାରୁଥିବେ (Communication)
- ଉପସ୍ଥାପନ ଓ ଅର୍ଗାନାଇଜେସନାଲ୍ ସ୍କିଲ୍ ଥିବ (Presentation And Organisational Skills)
ଇଣ୍ଟର୍ଣ୍ଣସିପ୍ ଅବଧି:
- ୧୨ ମାସ ବା ବର୍ଷେ
ଜରୁରୀ ତାରିଖ:
- ଆବେଦନ ଶେଷ- ୩୦ ଜୁନ୍ ୨୦୨୨
ଷ୍ଟାଇପେଣ୍ଡ୍:
- ମାସିକ ୮୦୦୦ ଟଙ୍କା
Also Read: ଏଡ଼େ ବଡ଼ ଅହିରାଜ ଆଗରୁ କେବେ ଦେଖିନଥିବେ! ୧୩ ଫୁଟିଆ ବିରାଟ ସାପକୁ ଧରିଲେ ବ୍ୟକ୍ତି