ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଇଣ୍ଟର୍ଣ୍ଣସିପ୍‌ର ସୁଯୋଗ, ମାସିକ ମିଳିବ ୧୦ ହଜାର ଷ୍ଟାଇପେଣ୍ଡ୍‌

ବିଇ ଓ ବି.ଟେକ୍‌ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍‌ ସୁଯୋଗ। ଏହି ସୁବର୍ଣ୍ଣ ଦେଉଛି AICTE। AICTE ପକ୍ଷରୁ ସିଭିଲ ଇନ୍‌ଫ୍ରାଷ୍ଟ୍ରକଚର ୨୦୨୨ (Civil Infrastructure 2022) ପାଇଁ AICTE ଇଣ୍ଟର୍ଣ୍ଣସିପ୍‌ ଘୋଷଣା କରାଯାଇଛି। AICTE Internships ହେଉଛି ଅଲ ଇଣ୍ଡିଆ କାଉନ୍‌ସିଲ ଫର ଟେକ୍ନିକାଲ ଏଜୁକେସନ୍‌ All India Council for Technical Education (AICTE) ଦ୍ୱାରା ଆରମ୍ଭ ହୋଇଥିବା ଏକ ଇଣ୍ଟର୍ଣ୍ଣସିପ୍‌ କାର୍ଯ୍ୟକ୍ରମ। ଏଥିପାଇଁ ବିଇ/ବି.ଟେକ୍‌ ଡିଗ୍ରୀଧାରୀ ଆବେଦନ କରିପାରିବେ। ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ (Ministry of Housing and Urban Affairs) ଅଧୀନରେ ବାରଣାସୀ ସ୍ମାର୍ଟ ସିଟି (Varanasi Smart City) ରେ ନିର୍ମାଣ ହେଉଥିବା ବିଲ୍ଡିଂରେ କାମ କରିବାକୁ ସୁଯୋଗ ମିଳିବ।

AICTE ଇଣ୍ଟର୍ଣ୍ଣସିପ୍‌ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ଏଥିପାଇଁ ମାସିକ ୧୦,୦୦୦ ଟଙ୍କା ଷ୍ଟାଇପେଣ୍ଡ ଆକାରରେ ମିଳିବ। ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ଆବେଦନ ପ୍ରକିୟା ଆରମ୍ଭ ହୋଇ ସାରିଲାଣି। ଇଚ୍ଛୁକ ପ୍ରାର୍ଥୀ ୩୧ ମେ ୨୦୨୨ ପୂର୍ବରୁ ଆବେଦନ କରିବାକୁ କୁହାଯାଇଛି। ଇଚ୍ଛୁକ ପ୍ରାର୍ଥୀ କେବଳ ଅନ୍‌ଲାଇନ୍‌ରେ ହିଁ ଆବେଦନ କରିପାରିବେ।

ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ଇଂରାଜୀ ଜ୍ଞାନ ଥିବା ଆବଶ୍ୟକ। ସେ ଇଂରାଜୀରେ ଭଲ ଭାବେ ଲେଖିବା ସହ କଥା କହିପାରୁଥିବା ଦରକାର। ସେହିପରି ପ୍ରାର୍ଥୀଙ୍କର ଭଲ କମ୍ୟୁନିକେସନ୍‌ ସ୍କିଲ୍‌ ମଧ୍ୟ ଥିବା ଆବଶ୍ୟକ। ଏଥିସହ ସେ ଲୋକଙ୍କ ସହ ଭଲରେ ଯୋଗାଯୋଗ କରିବା ସହ ସମସ୍ୟା ସମାଧାନ କରିପାରୁଥିବା ଦରକାର।

ସଂସ୍ଥାର ନାମ:

ଅଲ ଇଣ୍ଡିଆ କାଉନ୍‌ସିଲ ଫର ଟେକ୍ନିକାଲ ଏଜୁକେସନ୍‌ All India Council for Technical Education (AICTE)

ଇଣ୍ଟର୍ଣ୍ଣସିପ୍‌ ନାମ:

AICTE Internships

Also Read: ନୂଆ ବୟଫ୍ରେଣ୍ଡ୍‌ଙ୍କ ସହ ନିର୍ବନ୍ଧ କଲେ ରାକ୍ଷୀ ସାଓ୍ଵନ୍ତ, ପୁଣି ବାହା ହେବାକୁ ହେଲେଣି ପ୍ରସ୍ତୁତ

ଯୋଗ୍ୟତା:

  • ବିଇ/ବିଟେକ୍‌ ସ୍ନାତକ
  • ସିଭିଲ ଇଞ୍ଜିନିୟରିଂ, ସିଭିଲ ଇଞ୍ଜିନିୟରିଂ(କନ୍‌ଷ୍ଟ୍ରକସନ୍‌ ଟେକ୍ନୋଲେଜି) କୋର୍ସ କରିଥିବା ଆବଶ୍ୟକ।
  • ଇଂରାଜୀ ଜ୍ଞାନ ଥିବା ଆବଶ୍ୟକ (Fluency in English)
  • ଉନ୍ନତ କମ୍ୟୁନିକେସନ୍‌ ସ୍କିଲ୍‌ ଥିବା ଦରକାର (Excellent Communication)
  • ଭଲରେ ଯୋଗାଯୋଗ କରିପାରୁଥିବେ (Communication)

ଇଣ୍ଟର୍ଣ୍ଣସିପ୍‌ ଅବଧି:

  • ୩ ମାସ

ଷ୍ଟାଇପେଣ୍ଡ୍‌:

  • ମାସିକ ୧୦,୦୦୦ ଟଙ୍କା

ଜରୁରୀ ତାରିଖ:

  • ଆବେଦନ ଶେଷ- ୩୧ ମେ ୨୦୨୨

Also Read: ୩୦୦ ଫୁଟ୍‌ ଗଭୀର ବୋରୱେଲ ଭିତରେ ୬ ବର୍ଷର ଶିଶୁ, ଅକ୍ସିଜେନ୍‌ ପଠାଇଲେ ଉଦ୍ଧାରକାରୀ ଟିମ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.