ଶପଥ ନେବା ସମୟରେ ଜୟ ଫିଲିସ୍ତିନୀ ନାରା ଦେଲେ ଅସଦୁଦ୍ଦିନ ଓୱେସୀ, ସଂସଦରେ ହଙ୍ଗାମା

ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ଓୱେସୀ ଶପଥ ଗ୍ରହଣ କରିବା ପରେ ବିବାଦ ଦେଖାଦେଇଛି । ଓୱେସୀ ଶପଥ ନେଇସାରିବା ପରେ ‘ଜୟ ଫିଲିସ୍ତିନୀ’, ‘ଜୟ ଭୀମ’, ଜୟ ତେଲେଙ୍ଗାନା’ ଆଦି ନାରା ଦେଇଥିଲେ । ଯାହାପରେ ସଂସଦ ବାହାରେ ହଙ୍ଗାମା ହୋଇଛି ।
ଓୱେସୀ ୫ ଥର ପାଇଁ ଲୋକସଭାର ସାଂସଦ ଭାବେ ଶପଥ ନେଇଥିଲେ । ଭାରତବର୍ଷର ଲୋକଙ୍କ ସମସ୍ୟାକୁ ସେ ସଚ୍ଚୋଟତାର ସହିତ ଉଠାଇବେ ବୋଲି ଏହି ଅବସରରେ କହିଥିଲେ । ଶପଥ ଗ୍ରହଣ ସମୟରେ ଓୱେସୀ ‘ଜୟ ଫିଲିସ୍ତିନୀ’… ଆଦି ନାରା ଦେବାକୁ ନେଇ ରାଜନୈତିକ ମହଲରେ ବିବାଦ ସୃଷ୍ଟି ହୋଇଛି । ତେବେ ଓେଓ୍ଵସୀ ଶପଥ ନେବାକୁ ଯାଉଥିବା ବେଳେ ବିଜେପି ସାଂସଦ ଜୟ ଶ୍ରୀ ରାମ ନାରା ଦେଇଥିଲେ । ନାରାକୁ ଧ୍ୟାନ ନ ଦେଇ ଓେଓ୍ଵସୀ ଉର୍ଦ୍ଦୁରେ ଶପଥ ନେଇଥିଲେ ।
ଏନେଇ ଓୱେସୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ‘ମୁଁ କେବଳ ‘ଜୟ ଭୀମ, ଜୟ ମୀମ, ଜୟ ତେଲେଙ୍ଗାନା, ଜୟ ଫିଲିସ୍ତିନୀ’ କହିଛି । ସମସ୍ତେ କ’ଣ କ’ଣ କହିଛନ୍ତି ତାହା ଆପଣମାନେ ଶୁଣନ୍ତୁ । ଏହା କିପରି ବିରୋଧୀ, ସେ ନେଇ ସମ୍ବିଧାନର ପ୍ରାବଧାନ ମୋତେ ଦେଖାନ୍ତୁ । ବିଜେପି ନେତା କିଶନ ରେଡ୍ଡୀ ଓୱେସୀଙ୍କ ଏହି ନାରାକୁ ବିରୋଧ କରିବା ସହ ତାହାକୁ ରେକର୍ଡରୁ ହରାଇବାକୁ ଦାବି କରିଛନ୍ତି ।