ସାରା ବିଶ୍ୱ ଦେଖିଲା ଭାରତର ଶକ୍ତି, ବାୟୁସେନା ଦିବସରେ ପ୍ରଥମ ଥର ପରାକ୍ରମ ଦେଖାଇଲେ ଚିନୁକ୍‌ ଓ ଆପାଚେ ହେଲିକପ୍ଟର

ଗାଜିଆବାଦ: ବାୟୁସେନାର ଏୟାର ସୋ’ । ଦୁନିଆ ଦେଖିଲା ଭାରତର ଶକ୍ତି । ପ୍ରଥମ ଥର ପରାକ୍ରମ ଦେଖାଇଲେ ଚିନୁକ୍ ଓ ଆପାଚେ ହେଲିକପ୍ଟର । ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍ ମଧ୍ୟ ନିଜର ପରାକ୍ରମ ଦେଖାଇଛି । ଗୋଟିଏ ପରେ ଗୋଟିଏ ଯୁଦ୍ଧ ବିମାନ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବାଲାକୋଟ୍ ହିରୋ ଅଭିନନ୍ଦନ ବର୍ତ୍ତମାନ ମିଗ୍‌-୨୧ ବିମାନ ଉଡାଇଛନ୍ତି । ଯେଉଁ ପାଇଲଟମାନେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍‌ରେ ସାମିଲ ହୋଇଥିଲେ, ସେମାନେ ବାୟୁସେନା ଦିବସରେ ନିଜର ଶକ୍ତି ଦେଖାଇଥିଲେ । ଏହି ଅବସରରେ ତିନିଟି ମିରାଜ ୨୦୦୦ ଏୟାରକ୍ରାଫ୍ଟ, ସୁଖୋଇ ମଧ୍ୟ ଉଡାଣ ଭରିଥିଲା । ଆଜିର କାର୍ଯ୍ୟକ୍ରମରେ ୫୪ଟି ଏୟାରକ୍ରାଫ୍ଟ, ୧୨ଟି ଯୁଦ୍ଧ ବିମାନ, ୭ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଓ ୨୦ଟି ହେଲିକପ୍ଟର ସାମିଲ ହୋଇଥିଲା ।

planeବାୟୁସେନା ଦିବସ ପାଇଁ ଗାଜିଆବାଦ ହିଣ୍ଡନ ଏୟାରବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ତିନି ସେନା ପ୍ରମୁଖ ସାମିଲ ହୋଇଥିଲେ । ଅନ୍ୟ ବଡ଼ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ ହିଣ୍ଡନ ଏୟାରବେସ୍ ପହଞ୍ଚିଥିଲେ । ସଚିନ୍ ତେନ୍ଦୁଲକରଙ୍କୁ ୮୩ ତମ ବାୟୁସେନା ପ୍ରତିଷ୍ଠା ଦିବସରେ ଗ୍ରୁପ୍ କ୍ୟାପ୍‌ଟେନ୍ କରାଯାଇଥିଲା । ୮୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବାୟୁସେନା । ୧୯୩୨ ମସିହାରେ ବାୟୁସେନାର ପ୍ରତିଷ୍ଠା ହୋଇଥିଲା । ଭାରତୀୟ ବାୟୁସେନା ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.