ବାୟୂସେନାର ହେଲିକ୍ୟାପ୍ଟର ‘ଚିତା’ ଦୁର୍ଘଟଣାଗସ୍ତ, ଦୁଇ ପାଇଲଟ ସହିଦ

ଭୁଟାନରେ ଭାରତୀୟ ବାୟୂସେନାର ହେଲିକ୍ୟାପ୍ଟର ‘ଚିତା’ କ୍ରାସ । ମିଳିଥିବା ସୂଚନା ମୁତାବକ ହେଲିକ୍ୟାପ୍ଟର କ୍ରାସ ପରେ ଏହାର ପାଇଲଟ ସହିଦ ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା  ଦୁର୍ଘଟଣାର କାରଣ ଜଣାପଡିନାହିଁ। ସହିଦ ହୋଇଥିବା ପାଇଲଟଙ୍କ ମଧ୍ୟରୁ ଜଣେ ଭାରତୀୟ ଓ ଜଣେ ଭୁଟାନର ବୋଲି ଜଣା ପଡିଛି।  ଏହି ଦୁର୍ଘଟଣା ଭୁଟାନର ଘଞ୍ଚଜଙ୍ଗଲର ପାହାଡ ଅଞ୍ଚଳରେ ହୋଇଥିବାର ସୂଚନା ମିଳିଛି।