ଚାକିରିରେ ଥାଇ ସହିଦ ହେଲେ ଅଗ୍ନିବୀରଙ୍କୁ ମିଳିବ ୧ କୋଟି ଟଙ୍କା, ଜାଣନ୍ତୁ ଆଉ କ’ଣ ମିଳିବ ସୁବିଧା

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ସମଗ୍ର ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଦେଶର ଅନେକ ରାଜ୍ୟ ଯୁବପିଢି ରାସ୍ତାରେ ଉଗ୍ର ପ୍ରଦର୍ଶନ କରୁଛନ୍ତି। ଏହା ମଧ୍ୟରେ ଭାରତୀୟ ବାୟୁସେନା ଅଗ୍ନିପଥ ଯୋଜନାର ସବିଶେଷ ବିବରଣୀ ନିଜ ୱେବସାଇଟରେ ସେୟାର କରିଛି। ଅଗ୍ନିପଥ ଯୋଜନରେ ଭର୍ତ୍ତି ଠାରୁ ଆରମ୍ଭ କରି ଛୁଟି ଏବଂ ଅନ୍ୟ ଫାଇଦା ବିଷୟରେ ବିସ୍ତୃତ ଭାବେ କୁହାଯାଇଛି।

ଅଗ୍ନିବୀର ସେନାରେ ସାମିଲ ହେଲେ ୪ ବର୍ଷ ପରେ ସେମାନେ ଚାକିରି ହରାଇବେ, ସେମାନଙ୍କୁ ଆଉ ନିଯୁକ୍ତି ମିଳିବ ନାହିଁ ବୋଲି ସମସ୍ତଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠେ ୪ ବର୍ଷ ପରେ ଅଗ୍ନିବୀରମାନେ କ’ଣ ସବୁ ବେନିଫିଟ୍ ପାଇବେ । ତେବେ ସେମାନଙ୍କୁ କ’ଣ ସୁବିଧା ମିଳିବ ତାହା କୁହାଯାଇଛି।

୪ ବର୍ଷ ପାଇଁ ନିଯୁକ୍ତ ହୋଇଥିବା ଅଗ୍ନିବୀରଙ୍କୁ ବର୍ଷକୁ ୩୦ଟି ଛୁଟି ମିଳିବ। ଏହାସହିତ କ୍ୟାଣ୍ଟିନ ସୁବିଧା ମଧ୍ୟ ମିଳିବ।ଏୟାରଫୋର୍ସ ପକ୍ଷରୁ ୟୁନିଫର୍ମ ସହିତ ବୀମା ମଧ୍ୟ କରାଯିବ। ତେବେ ଆଉ କେଉଁ ସୁବିଧା ମିଳିବ ଜାଣନ୍ତୁ :

– ପ୍ରତିରକ୍ଷା ମନ୍ତ୍ରଣାଳୟରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରଖାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ ଓ ଅନ୍ୟ ୧୬ଟି ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (ପିଏସୟୁ)ରେ ୧୦ ପ୍ରତିଶତ ସଂରକ୍ଷଣ ରହିବ । ଆବଶ୍ୟକ ସ୍ଥଳେ ସେମାନଙ୍କ ପାଇଁ ବୟସ କୋହଳ ନିୟମ ରହିବ । କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଓ ଆସାମ ରାଇଫଲ୍ସ ନିଯୁକ୍ତିରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ ।

– ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କୁ ବର୍ଷକୁ ୩୦ଟି ଛୁଟି ମିଳିବ। ଏହାଛଡା ଆବଶ୍ୟକତା ସ୍ଥଳେ ମେଡିକାଲ ଲିଭ୍‌ ମଧ୍ୟ ମିଳିବ।

– ସ୍କିମ ଲଞ୍ଚ ହେବାର ଗୋଟିଏ ଦିନ ପରେ ଅଗ୍ନିବୀରଙ୍କ ପାଇଁ ବୟସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇଛି ।

– ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ୫ ବର୍ଷ ବୟସ କୋହଳ କରାଯିବ ।

– ସିପିଂ ମହାନିର୍ଦ୍ଦେଶାଳୟ ଓ ମର୍ଚ୍ଚାନ୍ତ ନେଭିରେ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ ।

– ଅଗ୍ନିବୀରଙ୍କୁ ଯୁକ୍ତ ଦୁଇ ପାସ୍ ସାର୍ଟିଫିକେଟ ପ୍ରଦାନ ନେଇ ନ୍ୟାସନାଲ ଇନଷ୍ଟିଟଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ (ନଓସ) ପ୍ରତିରକ୍ଷା କର୍ତ୍ତୃପକ୍ଷଙ୍କ ସହ ବୁଝାମଣା କରିଛି ।

– ଅଗ୍ନିବୀରଙ୍କ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତିନି ବର୍ଷିଆ ବାଚେଲର ଡିଗ୍ରୀ ପ୍ରୋଗ୍ରାମ ଲଞ୍ଚ କରାଯାଇଛି ।

– ଅଗ୍ନିବୀରଙ୍କୁ ପବ୍ଲିକ ସେକ୍ଟର ବ୍ୟାଙ୍କ, ପବ୍ଲିକ ସେକ୍ଟର ବୀମା କମ୍ପାନୀ ଓ ଆର୍ଥିକ ସଂସ୍ଥାରେ ନିଯୁକ୍ତି ସୁଯୋଗ ମିଳିବ ।

– ସମସ୍ତ ଅଗ୍ନିବୀରଙ୍କୁ ୪୮ ଲକ୍ଷ ଟଙ୍କାର ଇସ୍ୟୁରାନ୍ସ ଦିଆଯିବ। ଡ୍ୟୁଟିରେ ନ ଥାଇ ସହିଦ ହେଲେ ମଧ୍ୟରେ ପରିବାରକୁ ମିଳିବ ସହାୟତା ରାଶି। ଚାକିରିରେ ଥାଇ ପ୍ରାଣ ହରାଇଲେ ୧ କୋଟି ଟଙ୍କା ମିଳିବ।

– ସେନାରେ ୪ ବର୍ଷ କାର୍ଯ୍ୟ କରିବା ପରେ ଅଗ୍ନିବୀରଙ୍କୁ ରାଜ୍ୟ ପୋଲିସରେ ନିଯୁକ୍ତି ଦିଆଯିବ ।

Leave A Reply

Your email address will not be published.