ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଆଜି ମହାରାଷ୍ଟ୍ରର ନାସିକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନ ନବୀକରଣ ପାଇଁ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ପାଖରେ ଥିଲା । ବିମାନର ଉଭୟ ପାଇଲଟ୍ ଇଜେକ୍ଟ କରିବାରେ ସଫଳ ହୋଇଥିଲେ । ବର୍ତ୍ତମାନ ଉଭୟ ସୁରକ୍ଷିତ ଥିବା ପ୍ରତିରକ୍ଷା ଅଧିକାରୀମାନେ ସୂଚନା ଦେଇଛନ୍ତି ।
ନାସିକ୍ ରେଞ୍ଜର ସ୍ପେଶାଲ୍ ମହାନିରୀକ୍ଷକ ଡିଆର୍ କରାଲେଙ୍କ ସୂଚନା ଅନୁସାରେ, ସୁଖୋଇ-୩୦ MKI ଯୁଦ୍ଧ ବିମାନର ପାଇଲଟ୍ ଏବଂ କୋ-ପାଇଲଟ୍ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି । ବିମାନଟି ଶିରସଗାଓଁ ଗାଁ ନିକଟ ଏକ କ୍ଷେତରେ ଖସିପଡ଼ିଥିଲା । ଏହି ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।