ବିମାନରୁ ଖାଦ୍ୟ ସାମଗ୍ରୀ ଚୋରି କରି ଦୁଇ ଜଣ ଏୟାର ଇଣ୍ଡିଆ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ : ବିମାନରୁ ଖାଦ୍ୟ ଚୋରି କରିଥିବା ଅଭିଯୋଗରେ ଏୟାର ଇଣ୍ଡିଆର ଦୁଇଜଣ କର୍ମଚାରୀ ନିଲମ୍ବିତ । ବିମାନ ଯାତ୍ରୀଙ୍କୁ ଦେବା ପରେ ବଳକା ରହୁଥିବା ଖାଦ୍ୟ ଏବଂ ଅନ୍ୟ ରେସନ୍ ସାମଗ୍ରୀକୁ ଏମାନେ ଚୋରି କରି ନେଇଥିଲେ । ତେଣୁ ଜଣେ ସହକାରୀ ମ୍ୟାନେଜର ଓ ଜଣେ ସିନିୟର ଆସିଷ୍ଟାଣ୍ଟଙ୍କୁ ଯଥାକ୍ରମେ ୬୩ ଦିନ ଓ ତିନି ଦିନ ପାଇଁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।
ପୂର୍ବରୁ ୨୦୧୭ ଅଗଷ୍ଟରେ ଏ ସମ୍ପର୍କରେ ଏୟାର ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ଲୋହାନି ଅଭିଯୋଗ କରିଥିଲେ । ଅଧିକାଶ ସମୟରେ କର୍ମଚାରୀମାନେ ବିମାନରୁ ଜିନିଷ ଚୋରାଉଥିବା କଥା କହିଥିଲେ । ଏହା ପରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।