ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ, ଉଡାଣର କିଛି ସମୟ ପରେ ଏୟାରପୋର୍ଟରେ କଲା ଅବତରଣ
ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ଇଞ୍ଜିନରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ବିମାନ । ଆବୁଧାବିରୁ କାଲିକଟ୍ ଆସୁଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ୍ । ଉଡାଣର କିଛି ସମୟ ପରେ ଆବୁଧାବି ଏୟାରପୋର୍ଟରେ କଲା ଅବତରଣ । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।
DGCA ସୂଚନା ଦେଇଛି, ଏୟାର ଇଣ୍ଡିଆ ଏକ୍ସପ୍ରେସ B737-800 ବିମାନର ୧ ନମ୍ବର ଇଞ୍ଜିନରେ ନିଆଁ ଲାଗିଥିଲା। ତେଣୁ ବିମାନ ଆବୁଧାବିରୁ ଉଡାଣ ଆରମ୍ଭ କରି ୧ ହଜାର ଫୁଟ୍ ଉପରକୁ ଉଠିବା ପରେ ଏୟାରଟର୍ଣ୍ଣବ୍ୟାକ୍ କରିଥିଲା। ବିମାନ ଅବତରଣ କରିବା ସମୟରେ ବିମାନବନ୍ଦରରେ ଅଗ୍ନିଶମ କର୍ମଚାରୀ ପ୍ରସ୍ତୁତ ଥିଲେ । ନିଆଁକୁ ଆୟତ କରାଯାଇଥିବା ସୂଚନା ମିଳିଛି ।