ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଧୂଆଁ। ମସ୍କଟ ବିମାନ ବନ୍ଦରରେ ଅଘଟଣ। ଓମାନରୁ କୋଚି ଆସୁଥିବା ବେଳେ ମସ୍କଟ ବିମାନବନ୍ଦରରେ ବିମାନର ଇଞ୍ଜିନରୁ ଧୁଆଁ ବାହାରୁ ଥିବା ଦେଖାଯାଇଥିଲା। ଏହାପରେ ବିମାନରେ ୪ଜଣ ଶିଶୁଙ୍କ ସମେତ ଥିବା ୧୪୫ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ସେମାନଙ୍କୁ ସେଠାରେ ଟର୍ମିନାଲ ବିଲଡିଂରେ ରଖାଯାଇଛି। ଖୁବ ଶୀଘ୍ର ଅନ୍ୟ ଏକ ବିମାନ ଯାଇ ଯାତ୍ରୀମାନଙ୍କୁ ଫେରାଇ ଆଣିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ ଏୟାର ଇଣ୍ଡିଆ ବିମାନର ପଛରେ ଛିଡ଼ା ହୋଇଥିବା ଅନ୍ୟ ଏକ ବିମାନ ଧୂଆଁ ବାହାରୁଥିବା ନେଇ ପ୍ରଥମେ ସୂଚନା ଦେଇଥିଲା । ଏହାପରେ ବିମାନ ଟେକ୍ ଅଫ୍କୁ ସଙ୍ଗେସଙ୍ଗେ ବାତିଲ୍ କରାଯାଇଥିଲା । ଏହି ସମୟରେ ବିମାନରେ ୧୪୫ ଯାତ୍ରୀ ରହିଥିଲେ । କିନ୍ତୁ ଏକ ନିର୍ଦ୍ଧିଷ୍ଟ ଦୁର୍ଘଟଣାରୁ ବିମାନ ବଞ୍ଚିଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।
ବିମାନଟି ୧୪୧ ଜଣ ଯାତ୍ରୀଙ୍କ ସମେତ ୬ ଜଣ କ୍ର୍ୟୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭିରିବାକୁ ପ୍ରସ୍ତୁତ ହୋଇସାରିଥିଲା । ଧୂଆଁ ବାହାରିବା ପରେ ଉଡ଼ାଣ ବାତିଲ୍ ହୋଇଥିବା ବେଳେ ଇଞ୍ଜିନିୟର୍ସ ଦଳ ବିମାନର ଯାଞ୍ଚ କରୁଛନ୍ତି । ଏହି ଘଟଣା ପରେ ଯାତ୍ରୀଙ୍କୁ ମସ୍କଟରୁ କୋଚିନ୍ ପହଞ୍ଚାଇବା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରୁଛି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ।