ବିମାନରେ ବୋମା ଧମକ: ଦିଲ୍ଲୀ-ଲଣ୍ଡନ ଭିସ୍ତାରା ଜର୍ମାନୀରେ ଜରୁରୀ ଅବତରଣ, ଦୁବାଇ-ଜୟପୁର ଏୟାର ଇଣ୍ଡିଆର ମଧ୍ୟ ସମାନ ଅବସ୍ଥା

ବିମାନରେ ବୋମା ଧମକ ମାମଲା ଥମିବାରେ ନାଁ ଧରୁନି । ଲଗାତାର ଭାବେ ବିମାନକୁ ବୋମା ଧମକ ମିଳୁଛି । ପୁଣିଥରେ ୨ଟି ବିମାନକୁ ବୋମା ଧମକ ମିଳିଛି । ଦିଲ୍ଲୀ-ଲଣ୍ଡନ ଭିସ୍ତାରା ଓ ଦୁବାଇ-ଜୟପୁର ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ବୋମା ଧମକ ମିଳିଛି । ଇ-ମେଲ ରେ ଆସିଥିଲା ବୋମା ଧମକ । ବିଳମ୍ବିତ ରାତିରେ ଜୟପୁର ଏୟାରପୋର୍ଟରେ ବିମାନଟି ଅବତରଣ କରିଥିଲା । ତେବେ ସୁରକ୍ଷା ଯାଞ୍ଚ ପରେ ବିମାନରୁ ସନ୍ଦେହଜନକ ବସ୍ତୁ ମିଳିନଥିଲା ।

ସେହିପରି ବୋମା ଧମକ ପରେ ଜର୍ମାନୀର ଫ୍ରାଙ୍କଫର୍ଟକୁ ଡାଇଭର୍ଟ ହୋଇଛି ବିମାନ । FLIGHTଟି ଫ୍ରାଙ୍କଫର୍ଟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ଭିସ୍ତାରା ବିମାନ UK17 ଦିଲ୍ଲୀରୁ ଲଣ୍ଡନ ଯାଉଥିଲା । ତେବେ ସୋସିଆଲ ମିଡିଆରେ ବିମାନକୁ ବୋମା ଧମକ ଦିଆଯାଇଥିଲା । ଏହାପରେ ତୁରନ୍ତ ବିମାଟି ଫ୍ରାଙ୍କଫର୍ଟକୁ ଡାଇଭର୍ଟ ହୋଇଥିଲା । ଯେଉଁଠାରେ ସୁରକ୍ଷା ଅଧିକାରୀମାନେ ଅଢ଼େଇ ଘଣ୍ଟା ଯାଞ୍ଚ କରିବା ପରେ କୌଣସି ସନ୍ଦହେଜନକ ଜିନିଷ ପାଇନଥିଲେ ।

ଗତ ୬ ଦିନ ମଧ୍ୟରେ ୪୦ ବିମାନକୁ ମିଳିଲାଣି ବୋମା ଧମକ ।  ତେବେ  ଯାଞ୍ଚ ପରେ ଏହି ସବୁ ବୋମା ଧମକ ହୋକ୍ସ ବୋଲି ଜଣାପଡ଼ିଛି । ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରଲାଇନ୍ସ କମ୍ପାନୀକୁ ମିଳୁଥିବା ବୋମା ଧମକକୁ ରୋକିବା ପାଇଁ କଡ଼ା ନିୟମ ଲାଗୁ କରିବାକୁ ଯୋଜନା କରୁଛି ।

You might also like