ଏୟାର ଇଣ୍ଡିଆ ବିମାନରେ ବୋମା ଧମକ, ମୁମ୍ବାଇରୁ ନ୍ୟୁୟର୍କ ଉଡାଣ ଭରିଥିବା ବିମାନ ଦିଲ୍ଲୀରେ ଅବତରଣ

ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଧମକ ମିଳିବା ପରେ ମଝି ଆକାଶରେ ବିମାନକୁ ଡାଇର୍ଭଟ କରାଯାଇ ଜରୁରୀକାଳୀନ ଅବତରଣ କରାଯାଇଛି । ଘଟଣା ବିଷୟରେ ଜାଣିବା ପରେ ଭୟଭୀତ ହୋଇଯାଇଛନ୍ତି ଯାତ୍ରୀ । ଆଇଜି ବିମାନ ବନ୍ଦରରେ ବିମାନଟି ଜରୁରୀକାଳୀନ ଅବତରଣ କରିଛି । ଏନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି ।
ସୂଚନା ମୁତାବକ, ଏୟାର ଇଣ୍ଡିଆ ବିମାନ ନଂ ଏଆଇ-୧୧୯ ମୁମ୍ବାଇ ଏୟାରପୋର୍ଟରୁ ନ୍ୟୁୟର୍କ ଜେଏଫକେ ଏୟାରପୋର୍ଟ ଯାଉଥିଲା । ରାତି ୨ଟାରେ ବିମାନ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ ବୋମା ଧମକ ମିଳିଥିଲା । ଏହାପରେ ବିମାନକୁ ଦିଲ୍ଲୀ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା ।
Air India Mumbai-New York flight diverted to Delhi after bomb threat
Read @ANI Story|https://t.co/So1z9bHtkB#AirIndia #bombthreat pic.twitter.com/KKoli6ORNM
— ANI Digital (@ani_digital) October 14, 2024
ଦିଲ୍ଲୀ ପୋଲିସ କହିବା ମୁତାବକ, ବୋମା ଧମକ ପାଇବା ପରେ ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନଟି ଦିଲ୍ଲୀରେ ଏମରର୍ଜେନ୍ସି ଲ୍ୟାଣ୍ଡିଂ କରିଛି । ବିମାନଟି ବର୍ତ୍ତମାନ IGI ବିମାନବନ୍ଦରରେ ରହିଛି । ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ଓହ୍ଲାଇ ଦିଆଯାଇଛି । ବର୍ତ୍ତମାନ ବିମାନଟିର ଯାଞ୍ଚ ଚାଲିଛି। ତେବେ ଏବେ ସୁଦ୍ଧା କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନାହିଁ ।
ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ତାମିଲନାଡୁ ତ୍ରିଚିରୁ ଶାରଜାହା ପାଇଁ ଉଡାଣ ଭରିଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ବିମାନର ହାଇଡ୍ରୋଲିକ କାମ କରିନଥିବାରୁ ବିମାନଟି ୩ ଘଣ୍ଟା ମଝି ଆକାଶରେ ଘୁରି ବୁଲିଥିଲା । ବିମାନରୁ ସବୁ ତେଲ ସରିବା ପରେ ପାଲଇଟ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା । ଫଳରେ ୧୪୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା ।
ପୂର୍ବରୁ ଏଭଳି ଧମକ ଏୟାର ଇଣ୍ଡିଆର ବିମାନକୁ ୨୨ ଅଗଷ୍ଟକୁ ମିଳିଥିଲା । ମୁମ୍ବାଇରୁ ଥିରୁଅନନ୍ତପୁରମ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ବୋମା ଧମକ ମିଳିଥିଲା । ଏହାପରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ସେହିପରି ନିକଟରେ ମୁମ୍ବାଇ-ହାଓ୍ୱଡା ମେଲରେ ବୋମା ଧମକ ମିଳଇଥିଲା । ଏକ୍ସରେ ପୋଷ୍ଟ କରି ଧମକ ମିଳିଥିଲା । ଟାଇମର ଜରିଆରେ ବିସ୍ଫୋରଣ କରିବା ପାଇଁ ଧମକ ମିଳିଥିଲା ।