ଉଡ଼ାଣ ବେଳେ ପାଚେରୀ ଭାଙ୍ଗିଲା ଏୟାର ଇଣ୍ଡିଆ ବିମାନ, ତଥାପି ଯାତ୍ରୀ ସୁରକ୍ଷିତ

ଚେନ୍ନାଇ : ଉଡ଼ାଣ ବେଳେ ଅଘଟଣ । ଏୟାର ଇଣ୍ଡିଆର ଏକ ବିମାନ ତାମିଲନାଡୁର ତ୍ରିଚିରୁ ଦୁବାଇ ଛାଡ଼ିବା ବେଳେ ଦୁର୍ଘଟଣା ଘଟାଇଥିଲା । ଗତକାଲି ରାତି ସାଢ଼େ ଗୋଟିଏ ବେଳେ ଏହି ବିମାନଟି ଉଡ଼ାଣ ଭରିବା ବେଳେ ଏହାର ଦୁଇଟି ଚକ ବିମାନ ବନ୍ଦର ପାଚେରୀରେ ବାଜି କାନ୍ଥ ଭାଙ୍ଗି ଦେଇଥିଲା । ସେତେବେଳେ ବିମାନରେ ୧୩୬ ଜଣ ଯାତ୍ରୀ ଏବଂ ବିମାନ କର୍ମଚାରୀ ଥିଲେ । ଘଟଣା ଜଣା ପଡ଼ିବା ପରେ ଯଦିଓ ପାଲଟ୍ କହିଥିଲେ ଯେ ବିମାନର ସବୁ ଯନ୍ତ୍ରପାତି ଠିକ୍ ଭାବେ କାମ କରୁଛି । ତଥାପି ଏହାକୁ ମୁମ୍ବାଇ ବିମାନ ବନ୍ଦରରେ ଓହ୍ଲାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

PLANE ACCIDENT-2

ଭୋର ୫.୩୫ରେ ବିମାନଟି ମୁମ୍ବାଇରେ ଓହ୍ଲାଇବା ପରେ ଏହାର ଯାଞ୍ଚ କରାଯାଇଥିଲା । ଯାତ୍ରୀ ଏବଂ ବିମାନ କର୍ମଚାରୀମାନେ ସୁରକ୍ଷିତ ଥିଲେ । ପାଚେରୀରେ ଧକ୍କା ଖାଇ ବିମାନର ପେଟ ପାଖରେ ବଡ଼ଧରଣର କ୍ଷତି ହୋଇଛି । ଏହାର ଆଣ୍ଟିନା ମଧ୍ୟ ଭାଙ୍ଗି ଯାଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏକ ବଡ଼ ବିପଦ ଟଳି ଯାଇଥିଲା । ତେଣୁ ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ ଦୁବାଇ ନିଆଯାଇଥିଲା । ଏହି ବିମାନର ପାଇଲଟ୍ ଓ ସହପାଇଲଟଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇ ଘଟଣାର ତଦନ୍ତ କରାଯାଉଛି । ପାଇଲଟଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

PLANE ACCIDENT-3

You might also like