ଢାକାରୁ ୬ ନବଜାତକଙ୍କ ସମେତ ୨୦୫ ଯାତ୍ରୀ ଭାରତ ଫେରିଲେ, ଦିଲ୍ଲୀରେ ପହଞ୍ଚିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ବାଂଲାଦେଶ ହିଂସା । ସେଠାରୁ ବର୍ତ୍ତମାନ ୨୦୫ ଜଣ ଲୋକ ଭାରତ ଫେରିଛନ୍ତି । ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଢାକାରୁ ମୋଟ ୨୦୫ ଜଣ ଯାତ୍ରୀଙ୍କୁ ଧରି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛି । ସେଥିରେ ଅଛନ୍ତି ୬ ନବଜାତ ଶିଶୁ ।

ବାଂଲାଦେଶରେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଏହି ଲୋକମାନେ ଭାରତରେ ପହଞ୍ଚିଛନ୍ତି । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବୁଧବାର ସକାଳ ୬ଟାରେ ଢାକାରୁ ୨୦୫ ଜଣ ଯାତ୍ରୀଙ୍କୁ ଧରି ନୂଆଦିଲ୍ଲୀ ଆସିଛି ।

ସେହିପରି ଭାରତୀୟ ଉଚ୍ଚ ଆୟୋଗର ୧୯୦ ଜଣ କର୍ମଚାରୀଙ୍କୁ ମଧ୍ୟ ଭାରତ ଅଣାଯାଇଛି । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଏହି କର୍ମଚାରୀମାନେ ବାଂଲାଦେଶରୁ ଭାରତ ଫେରିଛନ୍ତି । ଏବେ ବି ପାଖାପାଖି ୩୦ ଜଣ କର୍ମଚାରୀ ଢାକାରେ ଫସି ରହିଛନ୍ତି ।

ସେପଟେ ବାଂଲାଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେଠାରେ ପ୍ରାୟ ୧୯ ହଜାର ଭାରତୀୟ ନାଗରିକ ଥିବାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରାୟ ୯ ହଜାର ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.