୨୪ ଘଣ୍ଟା ନପୁରୁଣୁ ପ୍ରତିଶ୍ରୁତି ରକ୍ଷା କଲା ଆମେରିକା: ଅକ୍ସିଜେନ କନସେନ୍‌ଟ୍ରେଟର ନେଇ ଦିଲ୍ଲୀ ଆସୁଛି ଏଆର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ୨୪ ଘଣ୍ଟା ନପୁରୁଣୁ ପ୍ରତିଶ୍ରୁତି ରକ୍ଷା କଲା ଆମେରିକା । ଅକ୍ସିଜେନ କନସେନ୍‌ଟ୍ରେଟର ନେଇ ଦିଲ୍ଲୀ ଆସୁଛି ଏଆର ଇଣ୍ଡିଆ ବିମାନ। ଆମେରିକାର ଜେଏଫକେ ଏୟାରପୋର୍ଟରେ ୩୧୮ ଅକ୍ସିଜେନ କନସେନ୍‌ଟ୍ରେଟର ଏୟାର ଇଣ୍ଡିଆ ବିମାନରେ ଲୋଡ କରାଯାଇଛି। ପୂର୍ବରୁ ଟିକା ଉତ୍ପାଦନରେ ଭାରତକୁ ସହାୟତା ଯୋଗାଇବାକୁ ଘୋଷଣା କରିଥିଲା ଆମେରିକା।

ଦେଶରେ କୋଭିସିଲ୍‌ଡ ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚା ମାଲ ଜରୁରୀକାଳିନ ଭିତ୍ତିରେ ଯୋଗାଇଦେବ ଆମେରିକା। ଏନେଇ ହ୍ଵାଇଟ ହାଉସ ପକ୍ଷରୁ ବିଧିବଦ୍ଧ ଭାବେ କୁହାଯାଇଛି। ଏହା ସହ ଫ୍ରଣ୍ଟଲାଇନ ୱାର୍କର୍ସଙ୍କ ପାଇଁ ଆମେରିକା ତୁରନ୍ତ ରାପିଡ୍‌ ଡାଇଗ୍ନୋଷ୍ଟିକ ଟେଷ୍ଟିଂ କିଟ୍‌, ପିପିଇ କିଟ୍‌ ଓ ଭେଣ୍ଟିଲେଟର ଆଦି ଯୋଗାଇ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.