ଏୟାର ଇଣ୍ଡିଆକୁ ଝଟକା, ପାକିସ୍ତାନ ଏୟାରସ୍ପେସ ବନ୍ଦ ହେବା ପରେ କମ୍ପାନୀ ସହିବ ୫୦୦୦ କୋଟି କ୍ଷତି

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏହି କାରଣ ଯୋଗୁଁ ଭାରତ ଏବଂ ପାକିସ୍ତାନ ପରସ୍ପର ପାଇଁ ଏୟାରସ୍ପେସ୍ ବନ୍ଦ କରିଛନ୍ତି । କିନ୍ତୁ ଏହି ଏୟାରସ୍ପେସ ବନ୍ଦ ଯୋଗୁଁ କ୍ଷତି ସହିବ ଏୟାର ଇଣ୍ଡିଆ । କୋଟିଏ କି ଦୁଇ କୋଟି ନୁହେଁ ବରଂ ଶହ ଶହ କୋଟିର କ୍ଷତି ସହିତ ଏୟାର ଇଣ୍ଡିଆ ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ଭାରତ ଏବଂ ପାକିସ୍ତାନ ସେମାନଙ୍କର ଏୟାରସ୍ପେସକୁ ବନ୍ଦ କରିଦେଇଛନ୍ତି । ତେବେ ଯଦି ପାକିସ୍ତାନୀ ଏୟାରସ୍ପେସ୍ ୧ ବର୍ଷ ପାଇଁ ବନ୍ଦ ରହେ, ତେବେ ଏହାଦ୍ୱାରା ଏୟାରଇଣ୍ଡିଆକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ । ଏୟାର ଇଣ୍ଡିଆ ଦାବି କରୁଛି ଯେ, ଏହାଦ୍ୱାରା କମ୍ପାନୀ ବର୍ଷକୁ ପ୍ରାୟ ୬୦ କୋଟି ଡଲାର ବା ୫୦୫୩ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚର ସମ୍ମୁଖୀନ ହେବ ।
ସୂଚନା ଅନୁଯାୟୀ, କମ୍ପାନୀ ଏହାର କ୍ଷତିପୂରଣ ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ କରିଛି । ଏପ୍ରିଲ ୨୭ ତାରିଖରେ ଏୟାର ଇଣ୍ଡିଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଇଥିବା ଏକ ଚିଠିରେ, ଏୟାରଲାଇନ୍ସ ଏହାର ଆର୍ଥିକ କ୍ଷତିପୂରଣ ପାଇଁ ଭାରତ ସରକାରଙ୍କଠାରୁ ଏକ ସବସିଡି ମଡେଲ ମାଗିଥିଲା । ଏଥିରେ କମ୍ପାନୀ ଆକଳନ କରିଥିଲା ଯେ, ଏୟାରସ୍ପେସ୍ କଟକଣା ଯୋଗୁଁ ପ୍ରତିବର୍ଷ କମ୍ପାନୀର ୫୦ ବିଲିୟନ ଭାରତୀୟ ଟଙ୍କାରୁ ଅଧିକ କ୍ଷତି ହେବ ।
ଏୟାର ଇଣ୍ଡିଆର ଏହି ଚିଠିରେ କୁହାଯାଇଛି ଯେ, ପ୍ରଭାବିତ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନ ପାଇଁ ସବସିଡି ଏକ ଭଲ, ପରିବର୍ତ୍ତନଶୀଳ ଏବଂ ଯୁକ୍ତିଯୁକ୍ତ ବିକଳ୍ପ । ତେବେ ପରିସ୍ଥିତିରେ ଉନ୍ନତି ଆସିଲେ ସବସିଡି ପ୍ରତ୍ୟାହାର କରାଯାଇପାରିବ । ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ସମେତ ଅନେକ ଏୟାରଲାଇନ୍ସ ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ଏୟାରସ୍ପେସ ବନ୍ଦ କରିବାର ପ୍ରଭାବ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସେମାନଙ୍କର ମତାମତ ଏବଂ ପରାମର୍ଶ ଦେଇଛନ୍ତି । ଆଉ ମନ୍ତ୍ରଣାଳୟ ଏହି ସମସ୍ୟାର ସମାଧାନ ନେଇ ଚିନ୍ତା କରୁଛି ।
Also Read : ଗଙ୍ଗା ଏକ୍ସପ୍ରେସ ୱେର ଏୟାର ଷ୍ଟ୍ରିପରେ ଏୟାରଫୋର୍ସର ଟ୍ରାଏଲ, ରାତି ପରୀକ୍ଷଣ ପାଇଁ ଡ୍ରିଲ କରିବ ବାୟୁସେନା ବିମାନ