Air India ପାଇଲଟ କରୋନା ଟିକା ନ ନେଲେ ବନ୍ଦ କରିବେ କାମ, ମ୍ୟାନେଜମେଣ୍ଟକୁ ଚିଠି ଲେଖି ଚେତାବନୀ ଦେଲା ପାଇଲଟ ୟୁନିୟନ

ଏୟାର ଇଣ୍ଡିଆ ଏୟାରବସ ପାଇଲଟ ନିଜ ମ୍ୟାନେଜମେଣ୍ଟକୁ ଚେତାବନୀ ଦେଇଛନ୍ତି କି, ଯଦି ସେମାନଙ୍କୁ ପ୍ରାଥମିକତା ଆଧାରରେ କରୋନା ଟିକା ନ ଲଗାଯାଏ, ତେବେ ସେମାନେ କାମ ବନ୍ଦ କରିଦେବେ। ପାଇଲଟମାନଙ୍କ ୟୁନିୟନ ‘ଇଣ୍ଡିଆନ କମର୍ସିଆଲ ପାଇଲଟସ ଆସୋସିଏସନ’ ମ୍ୟାନେଜମେଣ୍ଟକୁ ଏହି ଚେତାବନୀ ଦେଇଛି। ୟୁନିୟନ କହିଛି କି, ଯଦି ଏୟାର ଇଣ୍ଡିଆ ତରଫରୁ ଜାତୀୟ ସ୍ତରରେ ଭ୍ୟାକ୍ସିନେଶନ କ୍ୟାମ୍ପ ପକାଇ କ୍ରୁ ମେମ୍ବରଙ୍କୁ ଟିକା ନ ଦିଆଯାଏ, ତ ସେମାନେ କାମ ବନ୍ଦ କରିଦେବେ।

ଆସୋସିଏସନର ମହାସଚିବ କ୍ୟାପଟେନ ପ୍ରବୀଣ କୀର୍ତ୍ତି ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୧୮ ବର୍ଷରୁ ଊର୍ଦ୍ଧ୍ଵ ଫ୍ଲାଇଙ୍ଗ କ୍ରୁଙ୍କ ପାଇଁ ଖୁବଶୀଘ୍ର ଟିକାକରଣ କେନ୍ଦ୍ର ଖୋଲାଯାଉ। ମ୍ୟାନେଜମେଣ୍ଟ ନିଜ ପାଇଲଟମାନଙ୍କ କଲ୍ୟାଣ ପାଇଁ କୌଣସି କାମ କରୁନାହିଁ। ଅନେକ ସଦସ୍ୟ କରୋନାରେ ପୀଡିତ। ସେମାନଙ୍କୁ ଅକ୍ସିଜେନ ସିଲିଣ୍ଡର ମିଳି ପାରୁନାହିଁ। ସେମାନେ ନିଜ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରୁଛନ୍ତି।

କ୍ୟାପଟେନ କୀର୍ତ୍ତି ଆହୁରି କହିଛନ୍ତି, ପାଇଲଟମାନଙ୍କୁ ନା ହେଲଥକେୟାର ଲାଭ ମିଳୁଛି ନା ବୀମାର। ସେମାନେ ଏବେ ସେହି ସ୍ଥିତିରେ ନାହାନ୍ତି ଯେ ନିଜ ଜୀବନକୁ ବାଜି ଲଗାଇ ବିମାନ ସଞ୍ଚାଳନ କରିବେ। କୀର୍ତ୍ତି ପାଇଲଟମାନଙ୍କୁ ଫ୍ରଣ୍ଟ ଲାଇନ ୱାର୍କର ମାନ୍ୟତା ନ ମିଳିବା ଉପରେ ମଧ୍ୟ Civil Aviation ମନ୍ତ୍ରୀ ହରଦୀପ ପୁରୀଙ୍କୁ ପତ୍ର ଲେଖିଛନ୍ତି।

ସୂଚନାଥାଉ କି, ଏୟାର ଇଣ୍ଡିଆ ୧୩ ଏପ୍ରିଲରେ ୪୫ରୁ ଅଧିକ ବର୍ଷ ବୟସର ନିଜ କର୍ମଚାରୀମାନଙ୍କ ପାଇଁ ବୃହତ ଟିକାକରଣ କ୍ୟାମ୍ପ ଆୟୋଜନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.