ରନୱେରେ ଫସିଲା ଏୟାର ଇଣ୍ଡିଆ ବିମାନ, ଅଖିଆ ଅପିଆ ରହି ଯାତ୍ରୀ ବେହାଲ୍

ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଯାତ୍ରୀ ହନ୍ତସନ୍ତ । ବିମାନଟି ରନୱେରେ ଅଧିକ ସମୟ ଠିଆ ହୋଇଥିବାରୁ ଯାତ୍ରୀମାନେ ଅଖିଆ ଅପିଆ ପଡିରହିଥିଲେ । ଯାତ୍ରୀଙ୍କ ସମସ୍ୟା ବଢିଚାଲିଥିଲେ ମଧ୍ୟ କେହି କିଛି ଶୁଣିନଥିଲେ । ଯାତ୍ରୀଙ୍କ ଅବସ୍ଥା ବେହାଲ ହୋଇପଡିଥିଲା ।

ଖବର ମୁତାବକ, ଏୟାର ଇଣ୍ଡିଆ ବିମାନ AI ୨୯୯୪ ମୁମ୍ବାଇର ଟର୍ମିନାଲ ୨ରୁ ସକାଳ ୧୦.୨୫ ଉଡାଣ ଭରିବାର ଥିଲା । ଏଥିପାଇଁ ଯାତ୍ରୀମାନେ ବିମାନରେ ମଧ୍ୟ ଏଣ୍ଟ୍ରି କରିନେଇଥିଲେ । ହେଲେ ଯାତ୍ରୀ ବିମାନରୁ ବସିବା ପରେ ରନୱେରେ ବିମାନଟି ଉଡାଣ ଭରିବା ପରିବର୍ତ୍ତେ ସେଠାରେ ସେମିତି ଅଟକି ରହିଥିଲା । ଯାତ୍ରୀମାନେ କିଛି ସମୟରେ ବିମାନ ଉଡାଣ ଭରିବ ବୋଲି ଭାବି ଚୁପଚାପ ବସି ରହିଥିଲେ । ହେଲେ ବିମାନଟି ଉଡାଣ ଭରିନଥିଲା ।

ସକାଳ ୧୦.୨୫ ବିମାନ ଉଡାଣ ଭରିବା ସମୟ ରହିଥିବାରୁ ଯାତ୍ରୀମାନେ ସକାଳୁ ବାହାରି ଆସିଥିଲେ । ଅଖିଆ ଅପିଆ ଯାତ୍ରୀମାନେ ବିମାନରେ ବସିଥିଲେ କିନ୍ତୁ ସେମାନଙ୍କ କଥା କେହି ଶୁଣିନଥିଲେ । କାହିଁକି ବିମାନ ଉଡାଣରେ ବିମାଣ ହେଉଛି, ତାହା ମଧ୍ୟ କେହି ଜଣାଇଥିଲେ । ବିମାନ ସଦସ୍ୟ ମଧ୍ୟ କିଛି କହିନଥିଲେ ।

ବିମାନଟି ନିଜ ନିର୍ଦ୍ଧାରିତ ସମୟ ଠାରୁ କେତେ ଘଣ୍ଟା ପର୍ଯ୍ୟନ୍ତ ରନୱେରେ ପଡିରହିଥିଲା । ଏହାପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଦିଲ୍ଲୀକୁ ପଠାଯାଇଥିଲା । ତେବେ ଏହି ମାମଲାରେ ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ ।

ସୂଚନାଯୋଗ୍ୟ, ଭାରତର ଅନେକ ଏୟାରଲାଇନ୍ସକୁ ବୋମା ବିସ୍ଫୋରଣ ନେଇ ଧମକ ମିଳିଥିଲା । ଫଳରେ ଏକାଧିକ ବିମାନର ଜରୁରୀ ଅବତରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସପ୍ତାହ ମଧ୍ୟରେ ପାଖାପାଖି ୧୦୦ଟି ଭାରତୀୟ ବିମାନକୁ ବୋମା ଧମକ ମିଳିଥିଲା । ତେବେ ଯାଞ୍ଚରେ କିଛି ଧମକର ଆଇପି ଠିକଣା ଲଣ୍ଡନ, ଜର୍ମାନୀ, କାନାଡ ଏବଂ ଆମେରିକାର ବାହାରିଥିଲା । ତେବେ ବିମାନରେ ବୋମା ଥିବା ମିଛ ପ୍ରଚାର ପାଇଁ ୬୦ରୁ ୮୦ କୋଟି ଟଙ୍କା ବିମାନ କମ୍ପାନୀ କ୍ଷତି ସହୁଛି ।