ଏୟାର ଇଣ୍ଡିଆ ପୁଣି କର୍ମଚାରୀଙ୍କୁ ଦେବ ପୂର୍ବ ଦରମା, କୋଭିଡ ସ୍ଥିତି ଠିକ ହେବା ପରେ ଏମିତି ଘୋଷଣା କଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ : କୋଭିଡ ପରିସ୍ଥିତି ସମୟରେ ଏୟାର ଇଣ୍ଡିଆ କର୍ମଚାରୀଙ୍କ କମାଯାଇଥିବା ଦରମା ପୁଣି ଥରେ ବଢ଼ିବ ବୋଲି ଘୋଷଣା କରିଛନ୍ତି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ । ଅର୍ଥାତ୍‌  ଏୟାର ଇଣ୍ଡିଆ ପୁଣି କର୍ମଚାରୀଙ୍କୁ ଦେବ ପୂର୍ବ ଦରମା । କରୋନାର ଅଭାବନୀୟ ପରିସ୍ଥିତିରେ ବିମାନ କର୍ତ୍ତୃପକ୍ଷ ସବୁ ଷ୍ଟାପ ବା କର୍ମଚାରୀମାନଙ୍କ ଦରମା ହ୍ରାସ କରିଥିଲେ । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଷ୍ଟାପ୍‌ମାନଙ୍କର ଦରମା ପୁଣି ପୂର୍ବାବସ୍ଥାକୁ ଫେରାଇ ଅଣାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଏୟାର ଇଣ୍ଡିଆ ସିଇଓ ଏବଂ ମ୍ୟାନେଜିଂ ଡିରେକ୍ଟର ଘୋଷଣା କରିଛନ୍ତି ।

ଚଳିତ ବର୍ଷ ଜାନୁଆରୀ ମାସରୁ ଘାଟାରେ ଚାଲୁଥିବା ଏୟାର ଲାଇନ୍ସକୁ ଟାଟା ନେବା ପରେ କର୍ମଚାରୀମାନଙ୍କର ଦରମା ବଢ଼ାଇବା ପାଇଁ ଘୋଷଣା କରାଯାଇଛି । ଏହି ବ୍ୟବସ୍ଥା ଆସନ୍ତା ୧ ତାରିଖରୁ ଲାଗୁ କରାଯିବ ବୋଲି ଜଣାଯାଇଛି ।

କରୋନା ସମୟରେ ଏହାର ପ୍ରଭାବ ଏୟାର ଲାଇନ ଉପରେ ବିଶେଷ ଭାବେ ପଡ଼ିଥିଲା । ଯାତ୍ରୀଙ୍କ ଅଭାବ ଯୋଗୁ ବିମାନ କର୍ତ୍ତୃପକ୍ଷ ବହୁତ କ୍ଷତିରେ ଚାଲୁଥିଲେ । ଫଳରେ ଷ୍ଟାପମାନଙ୍କର ଦରମା ହ୍ରାସ କରାଯାଇଥିଲା । ଏବେ ପୁଣି ଥରେ ବିମାନ ସେବା ଠିକ ହେବା ପରେ ଷ୍ଟାପଙ୍କ ଦରମା ବୃଦ୍ଧି ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.