ଲାଇସେନ୍ସ ରଦ୍ଦ ହେବା ପରେ ମଧ୍ୟ ବିମାନ ଉଡ଼ାଇଥିଲେ ପାଇଲଟ, ଡିଜିସିଏ କରୁଛି ଯାଞ୍ଚ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଏୟାରଲାଇନ୍ସର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏୟାର ଇଣ୍ଡିଆର ସିଡ୍ୟୁଲିଂ ଏବଂ ରୋଷ୍ଟରିଂକୁ ନେଇ ସମସ୍ୟା ଏବେ ବି ଜାରି ରହିଛି । ରେଗୁଲେଟର ଏହାକୁ ନେଇ ୫ ମାସ ପୂର୍ବରୁ କଡ଼ା ଭର୍ତ୍ସନା କରିଥିଲେ । ଏହି ମାମଲାରେ ଜଣେ ପାଇଲଟ ଏବଂ ସହ ପାଇଲଟଙ୍କୁ ଫ୍ଲାଇଂ ଡିଟ୍ୟୁରୁ ହଟାଯାଇଥିଲା । କିନ୍ତୁ ପୂର୍ବ ମାସରୁ ଦୁହେଁ ଗୋଟିଏ ଗୋଟିଏ ଉଡ଼ାଣ ଭରିଥିଲେ ବୋଲି ଏୟାରଲାଇନ୍ସ ଜାଣିବାକୁ ପାଇଛି ।

ଏହି ମାମଲାରେ ଇଂଲିଶ ଲାଙ୍ଗୁଏଜ ପ୍ରୋଫିସିଏନ୍ସୀ(ELP) ଲାଇସେନ୍ସ ଏକ୍ସପାୟର ହୋଇଯାଇଛି । ଅନ୍ୟ ମାମଲାରେ ସହ ପାଇଲଟ ଜଣକ ଆନୁଆଲ ପାଇଲଟ ପ୍ରୋଫିସିଏନ୍ସୀ ଚେକ୍ ଇନଷ୍ଟ୍ରୁମେଣ୍ଟ ରେଟିଂ ଟେଷ୍ଟ କ୍ଲିଅର କରିପାରିନାହାନ୍ତି । ଏବେ ଡିଜିସିଏ ଏହାକୁ ନେଇ ଯାଞ୍ଚ କରୁଛି । ଆଉ ଏୟାରଲାଇ ଠାରୁ ରିପୋର୍ଟ ମାଗିଛି ।

ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି, ଫାଷ୍ଟ ଅଫିସରଙ୍କ ଟ୍ରେନିଂ ଚେକରେ ଅସନ୍ତୁଷ୍ଟ ପରଫରମାନ୍ସ କରିବା ପରେ ବିମାନ ଅପରେଟ କରିବା ଘଟଣା ଜଣାପଡିଥିଲା । ଯାହାପରେ ଏହି ଭୁଲ ଜଣାପଡିଥିଲା । କ୍ରୁ ସିଡ୍ୟୁଲର ଏବଂ ପାଇଲଟକୁ ଅଫ ରୋଷ୍ଟର କରିଦିଆଯାଇଥିଲା । ଆଗକୁ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇ ଡିଜିସିଏକୁ ରିପୋର୍ଟ କରିବାକୁ କୁହାଯାଇଛି ।

Also Read : ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ବାହୁବଳୀ ଅନନ୍ତ ସିଂହ ଗିରଫ