ବିମାନରେ ଖାଇବାକୁ ନେଇ ବିବାଦ ଦେଖାଦେବା ପରେ ବଡ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ । ଟାଟା ଗ୍ରୁପ ପରିଚାଳିତ ବିମାନ ଏୟାର ଇଣ୍ଡିଆ ଏବେ ଉଡାଣ ସମୟରେ ହିନ୍ଦୁ ଏବଂ ଶିଖଙ୍କୁ ହଲାଲ ଖାଦ୍ୟ ନ ଦେବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁକରି ବିମାନରେ ଯାତ୍ରା କରୁଥିବା ମୁସଲମାନ ସଂପ୍ରଦାୟ ଲୋକଙ୍କ ପାଇଁ ସ୍ପେଶାଲ ମିଲ୍ ନାମରେ ଖାଦ୍ୟ ମିଳିବ । ସ୍ପେଶାଲ ମିଲ୍ ର ଅର୍ଥ ହଲାଲ ସାର୍ଟିଫାଏଡ ମିଲ୍ । କିଛି ସମୟ ପୂର୍ବରୁ ଏହାର ନାମ ମୁସଲିମ ମିଲ୍ ହୋଇଥିବା ଯୋଗୁଁ ବିବାଦ ହୋଇଥିଲା ।
ଏୟାରଲାଇନ ମୁତାବକ, MOML ମୁସଲିମ ଭୋଜନ ଷ୍ଟିକର ସହିତ ଲେବଲ ସହ ପ୍ରିବୁକ୍ ହୋଇଥିବା ଭୋଜନକୁ ସ୍ପେଶାଲ ମିଲ କୁହାଯିବ । ହଲାଲ ପ୍ରମାଣପତ୍ର କେବଳ ଅପଲିଫ୍ଟ କରାଯାଇ MOML ଭୋଜନ ପାଇଁ ମିଳିବ । ସାଉଦି ସେକ୍ଟରରେ ସମସ୍ତ ଭୋଜନ ହଲାଲର ରହିବ । ହଜ୍ ଉଡାଣ ସହିତ ଜେଦ୍ଦା, ଦମ୍ମନ, ମଦିନା ସେକ୍ଟରରେ ହଲାଲ ପ୍ରମାଣପତ୍ର ମଧ୍ୟ ଦିଆଯିବ ।
Hindu meal, Moslem meal at @airindia flights.
What’s a Hindu Meal and Moslem Meal?Have Sanghis captured Air India?
Hope the new @MoCA_GoI takes action. pic.twitter.com/JTEYWPViYX
— Manickam Tagore .B🇮🇳மாணிக்கம் தாகூர்.ப (@manickamtagore) June 17, 2024
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏୟାର ଇଣ୍ଡିଆ ଉଡାଣ ସମୟରେ ଭୋଜନକୁ ନେଇ ବିବାଦ ଦେଖାଦେଇଥିଲା । ତେଣୁ ଏୟାର ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଛି । ୧୭ ଜୁନରେ କଂଗ୍ରେସ ସାଂସଦ ମାନିକମ ଟାଗୋର ଏୟାର ଇଣ୍ଡିଆ ଦ୍ବାରା ଧର୍ମ ଆଧାରରେ ଭୋଜନ ଯୋଗୁଁ ଚିନ୍ତା ପ୍ରକଟ କରିଥିଲେ । ଏହାପରେ ଏୟାର ଇଣ୍ଡିଆ ଖାଦ୍ୟରେ ପରିବର୍ତ୍ତନ କରିଥିଲା ।