ଅକ୍ଟୋବର ୧୮ରୁ ଉଡ଼ାଣ ଉପରୁ ଉଠିବ କଟକଣା, ପୂରା କ୍ୟାପାସିଟିରେ ଯାତ୍ରୀଙ୍କୁ ନେଇ ଉଡ଼ି ପାରିବ ଘରୋଇ ବିମାନ

କେନ୍ୟୁଜ୍(ବ୍ୟୁରୋ): ଘରୋଇ ଉଡ଼ାଣ ଉପରୁ ଉଠିଲା କଟକଣା। ପୂରା କ୍ୟାପାସିଟିରେ ଯାତ୍ରୀଙ୍କୁ ନେଇ ଉଡ଼ି ପାରିବ ଘରୋଇ ବିମାନ। ଅକ୍ଟୋବର ୧୮ରୁ କଟକଣା ଉଠାଇବାକୁ ନିଷ୍ପତ୍ତି ନେଇଛି ବେସାମରିକ ଘରୋଇ ବିମାନ ଚଳାଚଳ ମନ୍ତ୍ରାଳୟ। ଘରୋଇ ଉଡାଣର ସ୍ଥିତି ଓ ଯାତ୍ରୀଙ୍କ ଚାହିଦା ଦେଖି ବିଭାଗ ତରଫରୁ ସମୀକ୍ଷା କରାଯାଇଥିଲା। କୋଭିଡ୍‌ ଯୋଗୁଁ ଗତବର୍ଷ ମାର୍ଚ୍ଚ ମାସରୁ ଆନ୍ତର୍ଜାତିକ ଓ ଘରୋଇ ବିମାନ ଉଡାଣ ଉପରେ ଲାଗିଥିଲା କଟକଣା।

ଗତ ବର୍ଷ ମେ ୨୫ ତାରିଖରୁ ଘରୋଇ ଉଡାଣକୁ ଅନୁମତି ମିଳିଥିଲେ ମଧ୍ୟ କଟକଣା ରହିଥିଲା, ପୂରା କ୍ୟାପାସିଟିରେ ଉଡୁ ନଥିଲା ବିମାନ। ଆସନ୍ତା ସପ୍ତାହ ଯାତ୍ରୀ ବହନ ନେଇ ଥିବା କଟକଣା ସମ୍ପୂର୍ଣ୍ଣ ହଟିବ। ସେପଟେ ଆନ୍ତର୍ଜାତିକ ବିମାନ ଉଡାଣରେ ରହିଛି କିଛି କଟକଣା। ଏୟାର ବବଲ୍‌ସ ଭିତରେ ଏବଂ ବନ୍ଦେ ଭାରତ ମିଶନ ଅଧିନରେ ଆନ୍ତର୍ଜାତିକ ବିମାନ ଚଳାଚଳ ଚାଲିଛି। ଚଳିତ ମାସ ଆରମ୍ଭରୁ ବିଦେଶୀ ପର୍ଯ୍ୟଟକଙ୍କ ଲାଗି ଚାର୍ଟର ପ୍ଲେନକୁ ଅନୁମତି ମିଳୁଛି। ସମସ୍ତେ ଅପେକ୍ଷା କରିଛନ୍ତି ଆନ୍ତର୍ଜାତିକ ବିମାନ ଉଡାଣ ଲାଗି କେବେ କଟକଣା କୋହଳ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.