ବାୟୁସେନାର ନୂଆ ମୁଖ୍ୟ ହେବେ ଏୟାର ମାର୍ଶଲ ଅମରପ୍ରୀତ ସିଂ । ସେପ୍ଟେମ୍ବର ୩୦ ତାରିଖରେ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବିବେକ ରାମ ଚୌଧୁରୀ ଅବସର ନେବା ପରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ । ଏବେ ବାୟୁସେନାର ଉପମୁଖ୍ୟ ଭାବେ କାମ କରୁଛନ୍ତି ଅମରପ୍ରୀତ ସିଂ ।
ଅମରପ୍ରୀତ ସିଂ ଫେବୃଆରୀ ୨୦୨୩ରୁ ଭାରତୀୟ ବାୟୁ ସେନାର ୪୭ତମ ଉପମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି । ୧୯୮୪ରୁ ସେ ଭାରତୀୟ ସେନାରେ ରହିଛନ୍ତି ।
Air Marshal Amar Preet Singh has been appointed as the next Chief of the Air Staff.
Air Marshal Amar Preet Singh, is presently serving as Vice Chief of the Air Staff, as the next Chief of the Air Staff, in the rank of Air Chief Marshal, with effect from the afternoon of… pic.twitter.com/YX9Jz03Z9b
— ANI (@ANI) September 21, 2024
୧୯୮୪ରୁ ବାୟୁସେନାରେ କାର୍ଯ୍ୟ କରି ଆସୁଥିବା ଶ୍ରୀ ସିଂ ଫ୍ଲାଇଟ କମାଣ୍ଡର ଓ ମିଗ ୨୭ର କମାଣ୍ଡିଂ ଅଫିସର ଦାୟିତ୍ୱରେ ରହିଥିଲେ । ୨୦୧୯ରେ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ଓ ୨୦୨୩ରେ ପରମ ବିଶିଷ୍ଟ ସେବା ମେଡାଲ ମିଳିଥିଲା ।