ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

ଚଣ୍ଡିଗଡ଼ରେ ପୁଣି ବାଜିଲା ସାଇରନ। ପଞ୍ଜାମ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍। ଚଣ୍ଡିଗଡ଼ରେ ଡ୍ରୋନ୍ ଆକ୍ରମଣ ଆଶଙ୍କା ଥିବାରୁ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଘରର ବାଲକୋନୀରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଘରର ଝରକା କବାଟ ବନ୍ଦ ରଖିବାକୁ କୁହାଯାଇଛି । ଘଟଣା ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା । ସକ୍ରିୟ ହେଲା ସମସ୍ତ ଏୟାର ଡିଫେନ୍ସ ସିଷ୍ଟମ । ଲୋକଙ୍କ ଭୟଭୀତ ନହେବାକୁ ଅପିଲ୍‌ କରିଛି ପ୍ରଶାସନ ।

ଅନ୍ୟପଟେ ବର୍ତ୍ତମାନ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ, ଏଣୁ ଏଭଳି ସମୟରେ ସେନାର ନିର୍ଦ୍ଦେଶ ମାନି ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍‌ କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତିରେ ପିଓକେରେ ପଶି ଅପରେସନ କରିଥିଲା ଭାରତୀୟ ସେନା ।  ଡ୍ରୋନ୍‌ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ ।  କିନ୍ତୁ ୫୦ରୁ ଅଧିକ ଡ୍ରୋନ୍‌ ଖସାଇ ଦେଇଥିଲା ଭାରତୀୟ ସେନା । ଏହା ସହିତ ପାକିସ୍ତାନର ୪ଟି ଫାଇଟର୍‌ ଜେଟ୍‌କୁ ବି ମାଟି ମିଶାଇ ଦିଆଯାଇଛି । ଜଣେ ପାକିସ୍ତାନ ପାଇଲଟ୍‌କୁ ଜୀବନ୍ତ ଧରିବାରେ ସକ୍ଷମ ହୋଇଛି ଭାରତୀୟ ସେନା ।

 

ଆହୁରି ପଢ଼ନ୍ତୁ : ନିଜ ଖୋଳିଥିବା ଗାତରେ ପଡିଲେ ପାକିସ୍ତାନ ସେନା ମୁଖ୍ୟ, ଅସୀମ ମୁନିରଙ୍କ ଗାଦିଚ୍ୟୁତ ସହ ଗିରଫ ହୋଇଥିବା ଚର୍ଚ୍ଚା