ବଡ଼ ଖବର । ଲକ୍ଡାଉନ୍ର ପ୍ରଥମ ଦୁଇଟି ପର୍ୟ୍ୟାୟରେ ଯେଉଁ ଯାତ୍ରୀମାନେ ବିମାନ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିଥିଲେ ସେମାନଙ୍କୁ ପୂରା ପଇସା ଫେରାଇ ଦିଆଯିବ । ଏହି ଘୋଷଣା କରିଛି ଡିଜିସିଏ । ମାର୍ଚ୍ଚ ୨୫ରୁ ମେ ୩ ଭିତରେ ଉଭୟ ଦେଶ ଭିତରେ ଓ ବିଦେଶ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିଥିବା ବ୍ୟକ୍ତିଙ୍କୁ ଟିକେଟ୍ ବାବଦ ପୂରା ଅର୍ଥ ତୁରନ୍ତ ଫେରାଇ ଦିଆଯିବ । ଏ ନେଇ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଡିଜିସିଏ ପକ୍ଷରୁ ସୁପ୍ରିମ୍ କୋର୍ଟଙ୍କୁ ସୂଚନା ଦିଆଯାଇଛି ।