ଖୁସି ଖବର, ଲଗେଜ୍ ନନେଇ ବିମାନ ଯାତ୍ରା କଲେ ମିଳିବ ବିଶେଷ ରିହାତି

ନୂଆଦିଲ୍ଲୀ : ନାଗରିକ ବିମାନର ମହାଦିର୍ଦ୍ଦେଶକ ଶୁକ୍ରବାର ଏକ ଏସଓପି ଜାରି କରିଛନ୍ତି। ଏହି ଏସଓପି ଅନୁଯାୟୀ ଏବେ ଏୟାରଲାଇନ୍ସରେ ବିନା ବ୍ୟାଗ ନନେଇ କିମ୍ବା ବିନା ଲଗେଜରେ ଯାତ୍ରା କଲେ ଯାତ୍ରୀଙ୍କୁ ଟିକେଟ ଦାମ୍ ଉପରେ ରିହାତି ଦିଆଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କିଛି ସମୟ ଧରି ଘରୋଇ ବିମାନ ଯାତ୍ରା କରିବା ମହଙ୍ଗା ହୋଇଯାଇଥିଲା କାହିଁକିନା ଏୟାରଲାଇନ୍ସ କରୋନା ଭାଇରସ ମହାମାରୀ କାରଣରୁ ହୋଇଥିବା କ୍ଷତିକୁ ପୂରଣ କରିବା ପାଇଁ ଟିକେଟ ଦାମକୁ ବଢ଼ାଇ ଦେଇଥିଲା।

ବର୍ତ୍ତମାନ କିନ୍ତୁ ଡିଜିସିଏ ନୂଆ ଦିଶାନିର୍ଦ୍ଦେଶ ଜାରି କରିଛନ୍ତି, ଯେଉଁଥିରେ ଜଣାଯାଇଛି ଯେ ଯଦି କୌଣସି ଯାତ୍ରୀ ବିନା ଚେକ-ଇନ୍ ବ୍ୟାଗରେ ଦେଶ ଭିତରେ ଯାତ୍ରା କରୁଛନ୍ତି, ତାହେଲେ ତାଙ୍କ ଯାତ୍ରା ଖର୍ଚ୍ଚ ଶସ୍ତା ହୋଇଯିବ।